ଆଜି ଅକ୍ଟୋବର ୧ ତାରିଖ ବିଶ୍ବ ବରିଷ୍ଠ ନାଗରିକ ଦିବସ ପାଳିତ

ଭୁବନେଶ୍ୱର : ଆଜି ଅକ୍ଟୋବର ୧ ତାରିଖ ବିଶ୍ବ ବରିଷ୍ଠ ନାଗରିକ ଦିବସକୁ ଓଡିଶା ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ, ମହାସମାରୋହରେ ପାଳନ କିରିଛି। ରାଜ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି ଡ. ମଧୁମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଶାନ୍ତ ତ୍ରିପାଠୀ ଶ୍ଳୋକାବୃତି କରିବା ପରେ ସଂପାଦକ ଯୁଗଳ କିଶୋର ସାହୁ ବିବରଣୀ ପାଠ କରିଥିଲେ । ବରିଷ୍ଠ ନାଗରିକମାନେ ଘରର, ଜିଲ୍ଲାର, ରାଜ୍ୟର, ଦେଶ ତଥା ବିଶ୍ବର ମୁରବୀ ଓ ଉପଦେଷ୍ଟା ଓ ମାର୍ଗଦର୍ଶକ ବୋଲି ବକ୍ତାମାନେ ଦର୍ଶାଇଥିଲେ। ସେମାନଙ୍କ ଅଭିଜ୍ଞତାକୁ ପାଥେୟ କରି ରାଷ୍ଟ୍ର ଆଗେଇଥାଏ । ସେମାନେ ଏକତ୍ରିତ ହୋଇ ଆଗେଇ ଆସି ଅଫିସର ମାନଙ୍କୁ ଠିକ୍ ଭାବରେ ଉପଦେଶ ଦେଲେ ରାଷ୍ଟ୍ର ଠିକ୍ ରାସ୍ତାରେ ଆଗେଇ ଯିବ ଓ ଚମକିବ ବୋଲି ପ୍ରକାଷ ପାଇଥିଲା । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡ. ଲକ୍ଷ୍ମୀଧର ସାହୁ, ଡାଇରେକ୍ଟର, କ୍ୟାପିଟାଲ ହସ୍‌ପିଟାଲ, ଦାସ ବେନେହୁର, ଶିଶୁ ସାହିତ୍ୟିକ, ସମରେନ୍ଦୁ ଦାସ, ସାମ୍ବାଦିକ, ଗଜେନ୍ଦ୍ର ଦାସ, ସାମ୍ବାଦିକ, ଅଶୋକ ବଡପଣ୍ଡା, ସଂଗଠନ ସଂପାଦକ, ଭୁବନେଶ୍ୱର ଓକିଲ ସଂଘ, ସନସାଇନ ହସ୍‌ପିଟାଲର ବିଶେଷଜ୍ଞ ପ୍ରମୁଖ , ଡଃ ତୁଷାର ପଣ୍ଡା ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖୁଥିଲେ ଓ ବରିଷ୍ଠ ନାଗରିକ ମାନଙ୍କ ସୁସ୍ଥ ଓ ଦୀର୍ଘ ଜୀନ କାମନା କରିଥିଲେ। ସନସାଇନ ହସ୍‌ପିଟାଲ ଦ୍ଵାରା ହେଲ୍ପ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା | ମହାସଙ୍ଘ ଦ୍ବାରା ପ୍ରତିଷ୍ଠିତ ବରିଷ୍ଠ ନାଗରିକ ବିଦ୍ୟାଳୟକୁ ବକ୍ତାମାନେ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଏହାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଓ ଏଥିରେ ଶିକ୍ଷକ ଭାବେ ଯୋଗଦେଇ ଶିକ୍ଷାଦାନ କରି ଓ ଶିଷ୍ୟତା ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସଭାକାର୍ଯ୍ୟ ପ୍ରଫେସର ଶିବ ବେହେରା, ଇଂ. ଦିଲ୍ଲୀପ ସାହୁ, ବିଜୟ ପାତ୍ର, ସମରେନ୍ଦ୍ର ସାହୁ, ଭଗବାନ ଦାସ ପ୍ରମୁଖ ପରିଚାଳନା କରିଥିଲେ ଓ ଶେଷରେ ବୋଉ ଫାଉଣ୍ଡେସନର ଅଧ୍ୟକ୍ଷ ଅତିସ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *