ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୪୮ ଲକ୍ଷ ୮୦ ହଜାର ୪୯୩କୁ ବୃଦ୍ଧି

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୪୮ ଲକ୍ଷ ୮୦ ହଜାର ୪୯୩କୁ ବୃଦ୍ଧି, ବିଶ୍ବରେ ଏଯାଏ ୨୩ କୋଟି ୯୪ ଲକ୍ଷ ୨୭ ହଜାର ୯୨୩ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେଣି ୨୧ କୋଟି ୬୬ ଲକ୍ଷ ୯୭ ହଜାର ୯୪୯ ଆକ୍ରାନ୍ତ, ବିଶ୍ବର ୨୨୧ଟି ଦେଶରେ କାୟା ମେଲାଇଛି କିଲର ଭାଇରସ କୋରୋନା, ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୧ ହଜାର ୧୮୯କୁ ବୃଦ୍ଧି, ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୨୬ ଜଣଙ୍କ ଜୀବନ, ଦେଶରେ ଦିନକରେ ୧୫ ହଜାର ୮୨୩ ଜଣ କୋରୋନାରେ ଆକ୍ରାନ୍ତ, ମୋଟ ଆକ୍ରାନ୍ତ ସଂଖ୍ୟା ୩ କୋଟି ୪୦ ଲକ୍ଷ ୧ ହଜାର ୭୪୩କୁ ବୃଦ୍ଧି, ଦେଶରେ ମୋଟ ଆକ୍ଟିଭ କେସ୍- ୨,୦୭,୬୫୩, ସୁସ୍ଥ-୩,୩୩,୪୨,୯୦୧, ଏଯାଏ ଦେଶରେ ୯୬ କୋଟି ୪୩ ଲକ୍ଷ ୭୯ ହଜାର ୨୧୨ ଡୋଜ ଟିକା ଦିଆଯାଇଛି, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା, ରାଜ୍ୟରେ କୋରୋନା ନେଲା ଆଉ ୬ ଜଣଙ୍କ ଜୀବନ, ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୨୬୧କୁ ବୃଦ୍ଧି, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ଆକ୍ରାନ୍ତଙ୍କ ମୃତ୍ୟୁ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ ଯାଜପୁରରୁ ଜଣେ ଲେଖାଏଁ ମୃତ, ରାଜ୍ୟରେ ଦିନକରେ ଆଉ ୬୧୫ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧରୁ ୩୨୭ ଓ ସ୍ଥାନୀୟ ଅଞ୍ଚଳରୁ ୨୮୫ ରୋଗୀ ଚିହ୍ନଟ, ୬୧୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୬୮ ଜଣ, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୨୮୮କୁ ବୃଦ୍ଧି, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ କୋରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ୭୨, ମୟୂରଭଞ୍ଜ ୨୮, ସମ୍ବଲପୁର ୧୯, ପୁରୀରୁ ୧୫ ପଜିଟିଭ, ବାଲେଶ୍ବର ୧୨, କେନ୍ଦ୍ରାପଡ଼ା ୧୦, ଯାଜପୁର ୯, ଜଗତସିଂହପୁର ୮, ସୁନ୍ଦରଗଡ଼ ୮, ଭଦ୍ରକ ୭, ଅନୁଗୁଳ ୪, କୋରାପୁଟରୁ ୪ ପଜିଟିଭ ଚିହ୍ନଟ, ନୟାଗଡ଼ ୩, ନୂଆପଡ଼ା ୩, ବରଗଡ଼ ୩, ଗଞ୍ଜାମ ୩, କେନ୍ଦୁଝର ୩, ଝାରସୁଗୁଡ଼ା ୨, ବୌଦ୍ଧ ୧, ଢେଙ୍କାନାଳ ୧ ଏବଂ ରାୟଗଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ।

Leave a Reply

Your email address will not be published. Required fields are marked *