ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୪୯ ଲକ୍ଷ ୬୩ ହଜାର ୫୦୩କୁ ବୃଦ୍ଧି

ବିଶ୍ବରେ ଏଯାଏ ୨୪ କୋଟି ୪୪ଲକ୍ଷ ୯ ହଜାର ୭୮୦ ଆକ୍ରାନ୍ତ ଚିହ୍ନଟ । ସୁସ୍ଥ ହେଲେଣି ୨୨ କୋଟି ୧୪ ଲକ୍ଷ ୨୭ ହଜାର ୫୮୫ ଆକ୍ରାନ୍ତ । ବିଶ୍ବର ୨୨୧ଟି ଦେଶକୁ ବ୍ୟାପିଛି କିଲର ଭାଇରସ କୋରୋନା। ରାଜ୍ୟରେ ଆଉ 3 ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା । ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ୮ ହଜାର ୩୧୨କୁ ବୃଦ୍ଧି । ରାଜ୍ୟରେ ଦିନକରେ ଆଉ ୪୨୫ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧରୁ ୨୪୯ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬ ରୋଗୀ ଚିହ୍ନଟ । ୪୨୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭୧ ଜଣ । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୮୩୬କୁ ବୃଦ୍ଧି । ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୨୫ ହଜାର ୯୧୭ ଜଣ ରୋଗୀ । ୪ ହଜାର ୫୫୪ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 211 କୋରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ୪୦, ମୟୂରଭଞ୍ଜ ୨୦, ବାଲେଶ୍ବର ୧୫, ସମ୍ବଲପୁର ୧୪, ଭଦ୍ରକ ୧୧, ଯାଜପୁର ୧୧, ଜଗତସିଂହପୁର ୧୦, ପୁରୀରୁ ୮ ଆକ୍ରାନ୍ତ ଚିହ୍ନଟ, ନୟାଗଡ଼ ୬, ଦେବଗଡ଼ ୬, ଗଜପତି ୪, ରାୟଗଡ଼ା ୪, ଢେଙ୍କାନାଳ ୩, ନୂଆପଡ଼ା ୩, କେନ୍ଦ୍ରାପଡ଼ା ୩, ସୁନ୍ଦରଗଡ଼ ୩, ଝାରସୁଗୁଡ଼ା ୨, ଅନୁଗୁଳ ୨, କେନ୍ଦୁଝର ୧, କୋରାପୁଟ ୧, ନବରଙ୍ଗପୁର ଓ ସୁବର୍ଣ୍ଣପୁରରୁ ବି ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ।

Leave a Reply

Your email address will not be published. Required fields are marked *