କାବୁଲର ଏକ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣରେ ୧୦୦ ଛାତ୍ରଛାତ୍ରୀ ମୃତ

ତାଲିବାନ ଶାସନ ପରେ ଆଫଗାନିସ୍ତାନରେ ବୋମା ବିସ୍ଫୋରଣ ଘଟଣା ହ୍ରାସ ପାଉନାହିଁ। ରାଜଧାନୀ କାବୁଲର ଏକ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣରେ ଅତି କମରେ ୧୦୦ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି।

ସ୍ଥାନୀୟ ସାମ୍ବାଦିକଙ୍କ ଅନୁସାରେରେ ରିପୋଟିଂ ସମୟରେ ଏହି ବିସ୍ଫୋରଣ ହୋଇଥିଲା। ବିଦ୍ୟାଳୟର ଚାରିପାଖରେ ମୃତଦେହ ଚିହ୍ନଟ କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଥିଲା। କାହାର ହାତ ନଥିଲା ତ କାହାର ପାଦ ନଥିଲା ବୋଲି କହିଛନ୍ତି ରିପୋର୍ଟର।

ବିସିସିଆଇ ରିପୋର୍ଟ ଅନୁଯାୟୀ ସହରର ପଶ୍ଚିମ ଦସ୍ତ-ଇ-ବାରଚି ଅଞ୍ଚଳର କାଜ ସ୍କୁଲରେ ଏହି ବିସ୍ଫୋରଣ ଘଟିଛି। ଏହି ଆକ୍ରମଣ ଉପରେ ସ୍ଥାନୀୟ ସାମ୍ବାଦିକ ବିଲାଲ ସରବାରି ଟ୍ୱିଟ୍ କରି କହିଛନ୍ତି, “ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ଛାତ୍ରମାନଙ୍କ ୧୦୦ଟି ଶବ ଗଣନା କରିଛୁ। ନିହତ ଛାତ୍ରଙ୍କ ସଂଖ୍ୟା ବହୁତ ଅଧିକ। କ୍ଲାସ ରୁମ ସାରା ମୃତ ଶରୀରରେ ଭର୍ତ୍ତି ହୋଇଥିଲା। ସେହି ଛାତ୍ରମାନେ ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ଜମା ହେଉଥିଲେ।

ଜଣେ ସ୍ଥାନୀୟ ସାମ୍ବାଦିକଙ୍କ କହିବାନୁସାରେ, ଏହି ଘଟଣାରେ ଅଧିକାଂଶ ଛାତ୍ର, ଅଧିକାଂଶ ହାଜାର ଓ ଶିୟାଙ୍କର ମୃତ୍ୟୁ ହୋଇଛି। ଆଫଗାନିସ୍ତାନର ହାଜାରା ହେଉଛି ତୃତୀୟ ବୃହତ୍ତମ ଗୋଷ୍ଠୀ।

Leave a Reply

Your email address will not be published. Required fields are marked *