୧୨୧ଟି ‘ତେଲିଆ ଭୋଲା’ ମାଛ ୨ କୋଟି ଟଙ୍କାରେ ବିକ୍ରି

ଜଳେଶ୍ୱର : ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦିଘାରେ ୧୨୧ଟି ମାଛ ୨ କୋଟି ଟଙ୍କାରେ ବିକ୍ରି ହୋଇଛି। ତେବେ ଏହାକୁ କେହି ସାଧାରଣ ଲୋକ କିଣି ନାହାନ୍ତି। ଏହି ମାଛ ଗୁଡ଼ିକୁ କୋଲକାତାର ଏକ ଔଷଧ ତିଆରି କରୁଥିବା କମ୍ପାନୀ କିଣି ନେଇଛି। ଏହି ମାଛର ବିଭିନ୍ନ ଅଂଶକୁ ଔଷଧ ତିଆରିରେ ବ୍ୟବହାର କରାଯାଏ।

ଏହି ମାଛର ନାଁ ‘ତେଲିଆ ଭୋଲା’। ଧରାଯାଇଥିବା ୧୨୧ଟି ‘ତେଲିଆ ଭଲା’ ମାଛରୁ ଗୋଟିଏ ଗୋଟିଏର ଓଜନ ୧୮ କେଜି ଥିଲା। ଦିଘା ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ଏହି ମାଛ ଗୁଡ଼ିକୁ ନିଲାମ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନ ତଳେ କିଛି ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ଗୁଡ଼ିକ ପଡ଼ିଥିଲେ।

Loading

Leave a Reply

Your email address will not be published. Required fields are marked *