ବାଲିଗୁଡ଼ା: ଜି. ଉଦୟଗିରି ଥାନା ଲିଙ୍ଗାଗଡ଼ ଗାଁରେ ଅଘଟଣ, ପୋଖରୀରେ ବୁଡ଼ି ୨ ମହିଳା ମୃତ

ପୋଖରୀରେ ବୁଡ଼ି ଦୁଇ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନା ଳିଙ୍ଗାଗଡ଼ରେ ଘଟିଛି ଏହି ଘଟଣା। ମୃତ ଦୁଇ ମହିଳା ହେଉଛନ୍ତି ସୂର୍ଯ୍ୟକାନ୍ତି ପ୍ରଧାନ ଓ କୁରୁମଣି ପ୍ରଧାନ। ଆଜି ସକାଳେ ସେମାନେ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ କୁରୁମଣିଙ୍କ ଗୋଡ଼ ଖସି ଯାଇଥିଲା। ସେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ସୂର୍ଯ୍ୟକାନ୍ତି ମଧ୍ୟ ବୁଡ଼ି ଯାଇଥିଲେ।

ଉଭୟ ପୋଖରୀରେ ବୁଡ଼ି ଯାଇଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇସାରିଥିଲା। ଜି .ଉଦୟଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାକୁ ନେଇ ଲିଙ୍ଗାଗଡ଼ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *