ବଣାଇ : ଚାନ୍ଦିପୋଷ ଥାନା ରାଣୀବେରନା ଗାଁରେ ଘରୋଇ କଳିରୁ ବାପାକୁ ପିଟିପିଟି ହତ୍ୟା କଲେ ୨ ପୁଅ, ପୂର୍ବରୁ ବିବାଦ ଲାଗି ରହିଥିଲା, ୨ ପୁଅଙ୍କୁ ଅଟକ ରଖିଛି ପୁଲିସ

ବଣାଇ : ପୁଅ ନୃଶଂସ ପାଲଟିଲା। ନିଜ ଜନ୍ମ କଲା ବାପାଙ୍କୁ ପିଟିପିଟି ହତ୍ୟା କଲା। ଏଭଳି ଅଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ରାଣୀବେରନା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମାଙ୍ଗରା ଭୂମି। ପୁଲିସ ଦୁଇ ପୁଅ ଶିବନାଥ ଭୂମି ଓ ଗୌରାଙ୍ଗ ଭୂମିଙ୍କୁ ଅଟକ ରଖି ପଚରଉଚରା କରୁଛି।

ଗତକାଲି ରାତିରେ କୌଣସି କଥାକୁ ନେଇ ମାଙ୍ଗରା ଓ ତାଙ୍କ ଦୁଇ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଶିବରାମ ଓ ଗୌରାଙ୍ଗ ଉତକ୍ଷିପ୍ତ ହୋଇ ଏକ ଠେଙ୍ଗା ଆଣି ବାପାଙ୍କୁ ପଟିପିଟି ହତ୍ୟା କରିଥିଲେ। ଘଟଣାସ୍ଥଳରେ ମାଙ୍ଗରାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *