- ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ଥିବା ଅଭିଯୋଗ କରି ଆସୁଛି ବିଜେପି। ମନ୍ତ୍ରୀ ଶ୍ରୀ ମିଶ୍ର ବିଧାନସଭାକୁ ଆସୁଥିବା ବେଳେ ଏହାକୁ ବିରୋଧ କରି ଦଳ ପକ୍ଷରୁ ଆଜି ବିଧାନସଭା ପରିସରରେ ଗୋବର ଓ ଗଙ୍ଗା ଜଳ ପକାଇ ଏହାକୁ ଶୁଦ୍ଧ କରାଯାଇଥିଲା।
- ଆସନ୍ତାକାଲିଠୁ ୨ ଦିନ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ । ଡିସେମ୍ବର ୪ ଏବଂ ୫ ତାରିଖରେ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିବା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ।