ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ଉପଲକ୍ଷେ 75କୋଟି ସୂର୍ଯ୍ୟ ନମସ୍କାର : ଓଡିଶାରୁ 5ଲକ୍ଷ ଛାତ୍ରଛାତ୍ରୀ ,ବୁଦ୍ଧିଜୀବୀ ବର୍ଗ ଓ ମହିଳା କରିବେ ଅଂଶଗ୍ରହଣ

ଭୁବନେଶ୍ୱର , 15 /01; ଯୋଗାସନ ସ୍ପୋର୍ଟ ଆସୋସିଏସନ , ଓଡିଶା ( ysao) ହେଉଛି ଜାତୀୟ ଯୋଗାସନ କ୍ରୀଡା ସଂଘର ଓଡିଶା ଶାଖା ,ଏହା ଭାରତ ସରକାରଙ୍କର କ୍ରୀଡା ବିଭାଗ ଦ୍ବାରା ମାନ୍ୟତା ପ୍ରାପ୍ତ | କୋରାନ ସମୟରେ ଯୋଗ ତଥା ସୂର୍ଯ୍ୟନମସ୍କାରର ଗୁରୁତ୍ୱ ବହୁତ ବେଶୀ | ସମଗ୍ର ମାନବ ଜାତିକୁ ସୁସ୍ଥ ରଖିବା ଉଦ୍ଧେଶ୍ୟରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ ,ଯୁବ ବ୍ୟାପର ଏବଂ କ୍ରୀଡା ମନ୍ତ୍ରାଳୟ ସମେତ ଅନେକ କେନ୍ଦ୍ର ମନ୍ତ୍ରାଳୟ ସହିତ ଜାତୀୟ ଯୋଗାସନ କ୍ରୀଡା ଫେଡେରେସନ ,ପତଞ୍ଜଳି ଯୋଗପିଠ, ହୃଦୟସ୍ପର୍ଶୀ ପ୍ରତିଷ୍ଠାନ , ଗୀତା ପରିବାର ଓ କ୍ରୀଡା ଭାରତୀ ମିଳିତ ସହଯୋଗରେ 75କୋଟି ସୂର୍ଯ୍ୟନମସ୍କାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି | ଓଡ଼ିଶାରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ପାଳନ କରାଯାଉଅଛି | ଏହି କାର୍ଯ୍ୟକ୍ରମ ଗତ ଜାନୁଆରୀ 3ତାରିଖରୁ ଆରଂଭ ହୋଇ ଫ୍ରେବୃଆରୀ 20ତାରିଖ ପର୍ଯ୍ୟନ୍ତ ଚାଲିବ | ଏହି ପ୍ରକଳ୍ପରେ ଯେଉଁମାନେ ଅଂଶ ଗ୍ରହଣ କରିବେ ସେମାନଙ୍କୁ www.75suryanamaskar.com ରେ ପଞ୍ଜିକରଣ କରିବାକୁ ହେବ | ଏଥିରେ ବ୍ୟକ୍ତିଗତ ,ଆନୁଷ୍ଠାନିକ ଓ ଶ୍ଵେଚ୍ଛାସେଵୀ ଆଦି ତିନି ପ୍ରକାର ପଂଜିକରଣ ସୁବିଧା ରହିଛି | ପଂଜିକରଣ ପରେ ଦିନକୁ 13ଥର ସୂର୍ଯ୍ୟନମସ୍କାର 21ଦିନ ପର୍ଯ୍ୟନ୍ତ କରିବା ପରେ ଏକ ପ୍ରମାଣ ପତ୍ର ଭାରତ ସରକାରଙ୍କର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି | ଏହାର ବିଶେଷ କାର୍ଯ୍ୟକ୍ରମ ସ୍ୱରୂପ ମକର ସଂକ୍ରାନ୍ତି ,26ଜାନୁଆରୀ ଓ ରଥ ସପ୍ତମୀକୁ ରଖାଯାଇଛି | ଏହି ଅବସରରେ ଓଡିଶାରୁ 5ଲକ୍ଷ ଛାତ୍ରଛାତ୍ରୀ ,ବୁଦ୍ଧିଯିବି ବର୍ଗ ଓ ମହିଳାଙ୍କ ଅଂଶଗ୍ରହଣ କରି 5କୋଟି ସୂର୍ଯ୍ୟ ନମସ୍କାର କରିବା ପାଇଁ ଲକ୍ଷ ରହିଛି | ଓଡ଼ିଶାରେ 100ରୁ ଉର୍ଧ୍ଵ ଅନୁଷ୍ଠାନରେ ବିଶେଷ କାର୍ଯ୍ୟକ୍ରମ କରାଯିବାର ଯୋଜନା ରହିଛି | ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗାସନ ସ୍ପୋର୍ଟ ଆସୋସିଏସସନର ସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ସହଯୋଗ କାମନା ପାଇଁ ଅନୁରୋଧ କରିଥିଲେ | ଅନ୍ୟମାନଙ୍କ ମଧ୍ୟରେ ପତଂଞ୍ଜଳି ଯୋଗ ସମିତି ଓଡ଼ିଶା ପ୍ରଭାରୀ ତଥା YSAOର ବରିଷ୍ଠ ଉପସଭାପତି ସୁଧାଂଶୁ ଅଧିକାରୀ ,ଉପ ସଭାପତି ଡ .ପ୍ରଶାନ୍ତ କୁମାର ପ୍ରଧାନ ,ପ୍ରଫେସର ସୁବାଷ ଚନ୍ଦ୍ର ଦାସା ,ମୁଖ୍ୟ ,ସଂସ୍କୃତ ଓ ଯୋଗ ବିଭାଗ ,ଉତ୍କଳ ବିଶ୍ୱବିଦ୍ୟାଳୟ ,ଯୋଗ ମହୋତ୍ସବ ସମିତିର ସଂପାଦକ ଦିବାକର ହରିଚନ୍ଦନ ,ଶିକ୍ଷା ବିକାଶ ସମିତି ଓଡ଼ିଶାର ରୁଦ୍ରନାରାୟଣକ ବେହେରା ଅସ୍ଵିନୀ ନାୟକ ଓ YSAO ସମ୍ପାଦକ ସରୋଜକାନ୍ତ ମହାପାତ୍ର ତଥା 75କୋଟି ସୂର୍ଯ୍ୟନମସ୍କାର କାର୍ଯ୍ୟକ୍ରମର ଓଡ଼ିଶା ନିଦ୍ଧେର୍ଶକ ଡ .ସଞ୍ଜୟ କୁମାର ପଣ୍ଡା ସୂଚନା ପ୍ରଦାନ କରିଥିଲେ |

Leave a Reply

Your email address will not be published. Required fields are marked *