ପାରାଦୀପ ବନ୍ଦରରେ PICT ବର୍ଥରେ ଲାଗିଥିବା ‘ଦେବୀ’ ଜାହାଜରୁ ସନ୍ଦେହଜନକ ଭାବରେ ୮ଟି ପ୍ୟାକେଟ ଜବତ

ଦୁଇ ଦିନ ପୂର୍ବେ ପାରାଦୀପ ପୋର୍ଟକୁ ଆସିଥିବା ଏକ ଜାହାଜକୁ ନେଇ ଆରମ୍ଭ ହୋଇଛି ତନାଘନା। ଜାହାଜରେ ବୋମା ଥିବା ସନ୍ଦେହ କରାଯାଉଥିବା ବେଳେ ଯାଞ୍ଚ ବେଳେ ସନ୍ଦେହଜନକ ଅବସ୍ଥାରେ ୨୨ଟି ପ୍ୟାକେଟ ଜବତ ହୋଇଛି। । ଉକ୍ତ ପ୍ୟାକେଟରେ ବିପୁଳ ପରିମାଣର ଡଗ୍ସ ଥିବା ସନ୍ଦେହ କରାଯାଉଛି।

ଦୁଇ ଦିନ ତଳେ ପାରାଦୀପ ପୋର୍ଟ PICT ବର୍ଥରେ ଲାଗିଛି ଜାହାଜ MV DEBI. । ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ ପୋର୍ଟରେ ପହଞ୍ଚିଛି। ପାରାଦୀପରୁ ଷ୍ଟିଲ ପ୍ଲେଟ ବୋଝେଇ କରାଯାଇ ଉକ୍ତ ଜାହଜରେ ଡେନମାର୍କ ଯାଇଥାନ୍ତା।

MV DEBIରେ ଷ୍ଟିଲ ପ୍ଲେଟ ବୋଝେଇ ବୋଝେଇ କରିବା ନିମନ୍ତେ ଗତକାଲି କ୍ରେନ୍‌ ଅପରେଟର ଚାମ୍ବରକୁ ଯାଇଥିଲେ। ସେଠାରେ ସେ କିଛି ସନ୍ଦେହଜନକ ପଦାର୍ଥ ଦେଖିବାକୁ ପାଇଥିଲେ। ଏନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଉକ୍ତ ଜାହଜରେ କିଛି ବିସ୍ଫୋରକ ପଦାର୍ଥ ବା ବୋମା ଥିବା ଖବର ପ୍ରଚାରିତ ହେଲା।

ଗତ ରାତିରେ CISF, ପାରାଦୀପ ପୁଲିସ୍‌, ଡଗ୍‌ ସ୍କ୍ୱାର୍ଡ ଓ କଷ୍ଟମ୍ସ ବିଭାଗ ଅଧିକାରୀ ପହଞ୍ଚିଥିଲେ। ସେମାନେ ସ୍କାନରରେ ଯାଞ୍ଚ କରିବା ପରେ ତାହା ବୋମା ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା।

ଏହାପରେ ଜାହଜକୁ ତନ ତନ କରି ଯାଞ୍ଚ କରାଯିବାରୁ ଆଜି ପର୍ଯ୍ୟନ୍ତ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ଜବତ ହୋଇଛି। ପ୍ରତି ପ୍ୟାକେଟର ଓଜନ ୮ରୁ ୧୦ କେଜି ରହିଛି। ପ୍ରତି ପ୍ୟାକେଟରେ ବିପୁଳ ପରିମାଣର ଧଳା ପାଉଡର ରହିଥିବା ବେଳେ ତାହା କ’ଣ ସ୍ପଷ୍ଟ ହୋଇ ନାହିଁ । ତାହା ବ୍ରାଉନସୁଗର କିମ୍ବା ଡ୍ରଗ୍ସ ବୋଲି ସନ୍ଦେହ କରାଯାଉଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଯାଞ୍ଚ ସରି ନ ଥିବା ଜଣାଯାଇଛି।

ଜବତ ସାମଗ୍ରୀର ଯାଞ୍ଚ ପାଇଁ ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ନେଇ ପାରାଦୀପ ଯାଇଛନ୍ତି । ସେଠାରେ ମିଳିଥିବା ସଂଦିଗ୍ଧ ପ୍ୟାକେଟକୁ ଆଜି ଯାଞ୍ଚ କରାଯିବ ବୋଲି ଜଣାଯାଇଛି। ଜାହାଜର ସମସ୍ତ କର୍ମଚାରୀଙ୍କୁ ବାହାର କରି ଦିଆଯାଇଥିବା ଜଣାଯାଇଛି। ତେବେ ଏହି ଘଟଣାରେ କାହାକୁ ଅଟକ ରଖାଯାଇ ନାହିଁ।

Leave a Reply

Your email address will not be published. Required fields are marked *