ନ୍ୟାୟ ଦାବିରେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଆମରଣ ଅନଶନ

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅଞ୍ଚଳର ରଞ୍ଜନ କୁମାର କର ନାମକ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଆରମ୍ଭ କରିଛନ୍ତି ଆମରଣ ଅନଶନ | ଡେରାବିଶ ଥାନାଧୀକାରିଣୀ ଏବଂ କେନ୍ଦ୍ରାପଡା ଜିଲ୍ଲା ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ ଆଣି ନ୍ୟାୟ ଦାବି କରିଛନ୍ତି | ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଆମରଣ ଅନଶନରେ ବସିଥିବା ରଞ୍ଜନ କୁହନ୍ତି ଯେ, ଯେପର୍ଯ୍ୟନ୍ତ ମୋତେ ନ୍ୟାୟ ନମିଳିଛି, ମୋ ପରିବାରକୁ ସୁରକ୍ଷା ପ୍ରଦାନ କରାଯାଇନାହିଁ ସେପର୍ଯ୍ୟନ୍ତ ଏଠାରେ ବସିରହିବି | ତାଙ୍କ ଅଭିଯୋଗ ଅନୁସାରେ, ଡେରାବିଶ ଥାନାଧୀକାରିଣୀ ଜ୍ୟୋତିର୍ମୟୀ ସେଠୀ ଉଦ୍ୟେଶମୂଳକ ଭାବେ ତାଙ୍କ ନାଁରେ ବାରମ୍ବାର ମିଛ ମାମଲା କରି ହଇରାଣ କରିଆସୁଛନ୍ତି | ଗାଁ ରେ କରିଆସୁଥିବା ସେବା କାର୍ଯ୍ୟ ଯୋଗୁ ଇର୍ଷା ପରାୟଣ ହୋଇ ଡେରାବିଶ ବ୍ଲକର ପୂର୍ବତନ ଚେୟାରମ୍ୟାନ ସରୋଜ ସାହୁ ତାଙ୍କୁ ଓ ତାଙ୍କ ପରିବାରକୁ ବିଭିନ୍ନ ସମୟରେ ହଇରାଣ କରିବା, ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା, ଧମକ ଦେବା ପରି କାର୍ଯ୍ୟ କରିଆସୁଛନ୍ତି | ଏମିତିକି ଦିନେ ସଂଘବଦ୍ଧ ଭାବେ ତାଙ୍କୁ ମରଣାତ୍ମକ ଆକ୍ରମଣ ମଧ୍ୟ କରିଛନ୍ତି | ତେଣୁ ସେ ଡେରାବିଶ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଥାନାଧୀକାରିଣୀ ଜ୍ୟୋତିର୍ମୟୀ ସେଠୀ ଅଭିଯୁକ୍ତଙ୍କ ସହ ମିଶି ତାଙ୍କୁ ହଇରାଣ କରୁଛନ୍ତି | ଏସଡ଼ିପିଓ ଜୟନ୍ତ କୁମାର ମହାପାତ୍ର ମଧ୍ୟ ସେହି ଗୁଣ୍ଡା ଶ୍ରେଣୀୟ ବ୍ୟକ୍ତିମାନଙ୍କୁ ସହଯୋଗ କରୁଛନ୍ତି |

SDPO ଜୟନ୍ତ କୁମାର ମହାପାତ୍ରଙ୍କୁ ଭେଟି ଅଭିଯୋଗ କରି ନ୍ୟାୟ ମାଗିବାରୁ SDPO ଜୟନ୍ତ କୁମାର ମହାପାତ୍ର ମୋତେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ | ପରେ ମୁଁ ଏବିଷୟରେ ସବିଶେଷ ଭାବେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରିଥିଲି | ହେଲେ SDPO ଜୟନ୍ତ କୁମାର ମହାପାତ୍ର ମୋ ନାମରେ ସମ୍ପୂର୍ଣ୍ଣ ମିଥ୍ୟା ରିପୋର୍ଟ ପ୍ରଦାନ କରିଛନ୍ତି, ଯେମିତିକି ମୋ ଜୀବିତ ବାପାଙ୍କୁ ମୃତ ଦେଖେଇବା ପରି ଘୃଣ୍ୟ କାର୍ଯ୍ୟ କରିଛନ୍ତି | ଉପରିସ୍ଥ ଅଧିକାରୀଙ୍କ ଠାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ସେହି ଅସାମାଜିକ ବ୍ୟକ୍ତି ମାନେ ଖୁଲମଖୁଲା ମୋ ପରିବାରକୁ ନାନା ପ୍ରକାର ହଇରାଣ ହରକତ କରୁଛନ୍ତି ଏବଂ ଜୀବନରୁ ମାରିଦେବାର ପ୍ରୟାସ ମଧ୍ୟ କରୁଛନ୍ତି | ତେଣୁ ମୁଁ ଓ ମୋ ପରିବାର ଜୀବନ ଭୟରେ ବାଧ୍ୟ ହୋଇ ଦୀର୍ଘ 3 ମାସ ହେବ ଗାଁ ଛାଡି ବାହାରେ ରହୁଛୁ | ଏଣୁ ବର୍ତ୍ତମାନ ସୁଦ୍ଧା ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ନ୍ୟାୟ ଦାବି ନେଇ ଆଜିଠାରୁ ଆମରଣ ଅନଶନ ଆରମ୍ଭ କରୁଛି ବୋଲି ରଞ୍ଜନ କହିଛନ୍ତି |

Leave a Reply

Your email address will not be published. Required fields are marked *