ରାଜ୍ୟରେ ୧୧ରୁ ୧୪ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା

ଭୁବନେଶ୍ବର: ପଶ୍ଚିମାଝଡ଼ ପ୍ରଭାବରେ ରବିବାରଠାରୁ ରାଜ୍ୟର କେତେକ ଅଞ୍ଚଳରେ ପାଗରେ ପରିବର୍ତ୍ତନ ଆସିବ। ବିଜୁଳି ଘଡଘଡି ସହିତ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହେବ। ୧୧ରୁ ବର୍ଷା ବଢ଼ିବ। ପ୍ରାୟତଃ ୧୪ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡଘଡି, କୁଆପଥର ମାଡ଼ ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କୁଆପଥର ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଚାଷୀଙ୍କୁ ସତର୍କ କରାଇଛି। ବର୍ଷା ପୂର୍ବରୁ ସୁରକ୍ଷିତ ସ୍ଥାନରେ ଅମଳ ଫସଲ ସାଇତିବା ଓ ରବି ଫସଲ ଏବେ ବୁଣାବୁଣି ନକରିବାକୁ ପରାମର୍ଶ ଦେଇଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡା, ବରଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲାର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇପା‌େ‌ର। ସୋମବାର ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ, ଦେବଗଡ, ବରଗଡ ଏବଂ ନୂଆପଡା ଜିଲାର କିଛି ସ୍ଥାନରେ ବର୍ଷା ହେବ। ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର ଗୋଟିଏରୁ ଦୁଇଟି ଅଞ୍ଚଳରେ ବର୍ଷା ହୋଇପାରେ। ୧୧ ତାରିଖରେ ବର୍ଷା ବଢ଼ିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ନୂଆପଡା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ସୋନପୁର ଏବଂ ବୌଦ୍ଧ ଜିଲାର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ବରଗଡ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ

Leave a Reply

Your email address will not be published. Required fields are marked *