ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗର ଚଢ଼ାଉ

ଖଣି ମାଲିକ ତଥା ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଜିତୁଙ୍କ ଯୋଡ଼ା ସାଇ ମନ୍ଦିର ପାଖରେ ଥିବା ବାସଭବନ ଓ ବନେଇକଳା ଛକରେ ଥିବା ଖଣି ଅଫିସରେ ରେଡ୍ କରୁଛି ଆୟକର ବିଭାଗ। ଟ୍ୟାକସ୍ ଫାଙ୍କିବା ଅଉିଯୋଗରେ ଏହି ରେଡ୍ ହେଉଥିବା ଜଣାପଡ଼ିଛି।

ଆୟ ବିଭାଗର ୨ ଟିମ୍‌ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଆୟ ବିଭାଗ ବନେଇକଳା ଛକରେ ଥିବା ଖଣି ଅଫିସରେ କାମ କରୁଥିବା କର୍ମଚାରୀଙ୍କ ମୋବାଇଲ ଫୋନ୍ ସିଜ୍ କରିଛି। ଏହା ସହ ଜିତୁଙ୍କ ଅଫିସ ଓ ଘରେ କାଗଜପତ୍ର ଯାଞ୍ଚ କରୁଛି।

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଆୟକର ବିଭାଗ ଜିତୁଙ୍କ ଘର ଓ ଅଫିସରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା।

ଆଜି ମଧ୍ୟ ସି’ଫୁଡ୍ ରପ୍ତାନୀକାରୀ କଂପାନୀ ଫାଲକନ ମେରାଇନ୍ ଏକ୍ସପୋର୍ଟରେ ଆୟକର ରେଡ୍ କରିଛି। କଂପାନୀର ଅଧିକାରୀଙ୍କ ବାସଭବନ ଓ ଅଫିସରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର ଓ ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଆୟକର ବିଭାଗ ପକ୍ଷରୁ ରେଡ୍ କରାଯା‌ଇଛି। ଏହି ରେଡ୍‌ରେ ଆୟକର ବିଭାଗର ୨୦ଟିମ୍‌ ସାମିଲ ଅଛନ୍ତି। ଭୁବନେଶ୍ୱରର ୪ଟି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *