ନଭେମ୍ବର ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ହେବ କେନ୍ଦୁଝର ମହୋତ୍ସବ ଓ ଓଡିଆ ପ୍ରତିଭା ସମ୍ମାନ

ଭୁବନେଶ୍ବର : ଆସନ୍ତା ନଭେମ୍ବର ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ସାତଦିନ ବ୍ୟାପି ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପ ଓ ଉତ୍କଳ ମଣ୍ଡପଠାରେ କେନ୍ଦୁଝର ମହୋତ୍ସବ, ଓଡିଆ ପ୍ରତିଭା ସମ୍ମାନ ୨୦୨୪ ଆୟୋଜିତ ହେବ। ଏଥିରେ ଓଡିଶା ଓ ଓଡିଶା ବାହାରେ ରହୁଥ‌ିବା ଲବ୍ଧ ପ୍ରତିଷ୍ଠ ବିଭିନ୍ନ ବର୍ଗର ବିଜ୍ଞ ପ୍ରତିଭା ଓ ଉତ୍କଳଜନନୀର ପ୍ରଚାର ପ୍ରସାର କରିଥିବା ବିଭିନ୍ନ କ୍ଷେତ୍ରର ଯଶସୀ ବ୍ୟକ୍ତିବିଶେଷଙ୍କୁ ସମ୍ବଦ୍ଧିତ, ସମ୍ମାନୀତ କରାଯିବା ସହ ଭବିଷ୍ୟତ କର୍ଣ୍ଣଧାରଙ୍କ ଉଦ୍ଦେଶ୍ୟରେ ଆଲୋକ ବର୍ଷିକା ସାଜିବା ନିମନ୍ତେ ପ୍ରତ୍ୟେହ ଆଲୋଚ୍ୟ ବିଷୟ ରହିବ । ଓଡ଼ିଆ ଅସ୍ମିତାକୁ କଥାରେ ନୁହେଁ କାମରେ କରି ଦେଖାଉଥ‌ବା ପ୍ରତିଭାମାନଙ୍କୁ ‘ଓଡିଆ ପ୍ରତିଭା ସମ୍ମାନ୨୦୨୪’ ପ୍ରଦାନ କରିବା ସହ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କଳା, ସଂସ୍କୃତି,ଶିକ୍ଷାବିତ୍ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ପାରଦର୍ଶିତା ନିମନ୍ତେ ବିଭିନ୍ନ ପ୍ରତିଭାରେ ସମ୍ମାନିତ କରାଯିବା ସହିତ ପ୍ରୋତ୍ସାହନ ପାଇଁ କିଛି ଅର୍ଥରାଶି ସମ୍ମାନ ସରୂପ ପ୍ରଦତ୍ତ ହେବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ ରାଷ୍ଟ୍ରପତି,ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିବାର ପ୍ରସ୍ତାବନା ରହିଅଛି । ଏଥ‌ିରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯିବା ସହ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି । ପରିଶେଷରେ ଏକ ମୁଖପତ୍ର “ମା” ଉନ୍ମୋଚନ ହେବ ଯେଉଁଥିରେ ଓଡିଶାର କଳା, ସଂସ୍କୃତି ବିସ୍ତୃତ ଭାବେ ପ୍ରକାଶିତ ହେବବୋଲି ଜଣାଯାଇଛି ।

Leave a Reply

Your email address will not be published. Required fields are marked *