ଚକ୍ଷୁଦାନକୁ ଗଣ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ : ଛାତ୍ରଛାତ୍ରୀଙ୍କୁ ଚକ୍ଷୁଦାନ ନିମନ୍ତେ ସଂକଳ୍ପ କରାଇଲା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ

ଭୁବନେଶ୍ୱର : ଜାତୀୟ ଚକ୍ଷୁଦାନ ପକ୍ଷ – 2023 ପାଳନ ଅବସରରେ ସାମାଜିକ ଅନୁଷ୍ଠାନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଚକ୍ଷୁଦାନ ସଂପର୍କିତ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ଲକ୍ଷ୍ମୀସାଗର ସ୍ଥିତ ବିଶ୍ୱନାଥ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ଟେକ୍ନୋଲୋଜି ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଚେୟାରମ୍ୟାନ ଡ଼ଃ ବିପିନି ବିହାରୀ ମିଶ୍ର ସଭାପତିତ୍ବ କରିଥିଲେ |

ବରିଷ୍ଠ ପ୍ରଶାସକ ତଥା ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଦିଲୀପ ରାଉତରାୟ ( ଆଇ .ଏ .ଏସ ) ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚକ୍ଷୁଦାନ କାର୍ଯ୍ୟକ୍ରମକୁ ଗଣ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ | ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ସମାଜସେବା କାର୍ଯ୍ୟ ସହିତ ଏହି ମାନବବାଦୀ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ |

ରାଜଧାନୀର ଜଣାଶୁଣା ବରିଷ୍ଠ ଚିକିତ୍ସକ ତଥା ବିଶ୍ୱନାଥ ଇନଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ଟେକ୍ନୋଲୋଜିର ପ୍ରତିଷ୍ଠାତା ଚେୟାରମ୍ୟାନ ଡ଼ଃ ବିଶ୍ୱନାଥ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଚକ୍ଷୁଦାନର ପୃଷ୍ଠଭୂମି ଏବଂ ଏଥି ସହିତ ଜଡିତ ଚିକିତ୍ସା ପ୍ରଣାଳୀ ସଂପର୍କରେ ଆଲୋଚନା କରିଥିଲେ କଳିଙ୍ଗ ଚକ୍ଷୁ ଗବେଷଣା ପ୍ରତିଷ୍ଠାନର ସାଧାରଣ ସଂପାଦକ ରବିନ୍ଦ୍ରନାଥ ରାଉତରାୟ ଚକ୍ଷୁଦାନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ |

ସଭାପତି ଡ଼ଃ ବିପିନି ବିହାରୀ ମିଶ୍ର ଚକ୍ଷୁଦାନ ଏକ ମହତ ଦାନ ବୋଲି ବର୍ଣ୍ଣନା କରି ଏହି କାର୍ଯ୍ୟକ୍ରମ ସହିତ ସମସ୍ତ ବ୍ୟକ୍ତି ସହଯୋଗ କରିବାକୁ ନିବେଦନ କରିଥିଲେ | ଖୁବ ଶୀଘ୍ର ଫାଉଣ୍ଡେସନ ପକ୍ଷରୁ ଏକ ଚକ୍ଷୁ ବ୍ୟାଙ୍କ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ | ଏହି ଅବସରରେ ବିଶ୍ଵନାଥ ଇନଷ୍ଟିଚ୍ୟୁଟର ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ଚକ୍ଷୁଦାନ ପାଇଁ ଶପଥ ପାଠ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ସୁବାସ ଚନ୍ଦ୍ର ରଥ , ଅସିତ କୁମାର ଗିରି , ବାଳକୃଷ୍ଣ ରାଉତ , ମିଲନ ପ୍ରଧାନ , ଦିବ୍ୟଜ୍ୟୋତି ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ | ଟ୍ରଷ୍ଟି ଅକ୍ଷୟ କୁମାର ପାଣି ଅତିଥି ଏବଂ ଅନ୍ୟମାନଙ୍କୁ ହାର୍ଦିକ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *