ଥାଲେସେମିୟା ରୋଗୀଙ୍କ ନିମନ୍ତେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଭୁବନେଶ୍ଵର: ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲ୍ସମେଟ୍ ଓ ଉତ୍କଳ କନିକା ଗାଲେରିଆର ମିଳିତ ଆନୁକୁଲ୍ୟରେ ଥାଲେସେମିୟା ରୋଗିଙ୍କ ନିମନ୍ତେ ଏକ ମେଘା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଉଦ୍‌ଘାଟନ କରି ଅନୁଷ୍ଠାନର ସଭାପତି ଡ଼. ଅଞ୍ଜଳି ତ୍ରିପାଠୀ ସମ୍ପାଦିକା ନିବେଦିତା ଭଞ୍ଜ ଉପଦେଷ୍ଟା ଡ. ଶୁସିଲ କୁମାର ପଟ୍ଟନାୟକ, ଉତ୍କଳ କନିକା ଗାଲେରିଆର ଜେନେରାଲ ମ୍ୟାନେଜର ଶ୍ରୀ ଦୁଲାଲ ଚନ୍ଦ୍ର ସାହୁ କହିଛନ୍ତି କି ରକ୍ତଦାନ କରିବା ଦ୍ଵାରା ଆମେ ଦୁର୍ବଳ ନହୋଇ ବିଭିନ୍ନ ରୋଗମୁକ୍ତ ହୋଇଥାଉ ଏବଂ ଆମର ଅସ୍ଥିମଜ୍ଜା ଅଧୁକ ସକ୍ରିୟ ଓ କାର୍ଯ୍ୟକ୍ଷମ ହୁଏ। ତେଣୁ ଯୁବପିଢ଼ି ତାଙ୍କର ଏହି କର୍ତ୍ତବ୍ୟକୁ ନଭୁଲି ଦୁର୍ବଳ ମାନଙ୍କୁ ସହାୟ ହେବା ଉଚିତ୍। ଅନେକ ସମୟରେ ଥାଲେସେମିଆ ରୋଗରେ ପିଡ଼ିତ ଶିଶୁମାନେ ରକ୍ତାଭାବରୁ ଜୀବନ ହାରୁଛନ୍ତି | ଆଉ ରକ୍ତ ଲାଗି ଅକାଳରେ ଝଡ଼ି ପଡ଼ୁଥୁବା ଜୀବନକୁ ରକ୍ଷା କରିବା। ତେଣୁ ହେଲ୍ମମେଟ୍ ଅନୁଷ୍ଠାନର ଲକ୍ଷ ଏହିଭଳି ରକ୍ତଦାନ ଶିବିର କରି ରକ୍ତାଭାବକୁ ଦୂର କରିବା ସହ ରକ୍ତ ଦାନର ମହତ୍ଵ ଉପରେ ସମାଜକୁ ଅବଗତ କରାଇ ସଚେତନ କରାଇବା। ଏହି କାର୍ଯ୍ୟକ୍ରମରେ ହେଲ୍ସମେଟ୍ ସଦସ୍ୟ ସବିତାରାଣୀ ଶତପଥ୍, ମାନସ ଥାଟୋଇ ଉପସ୍ଥିତ ରହି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଏଚ୍.ଡ଼ି.ଏଫ୍.ସି ବ୍ୟାଙ୍କ କନେରସି ଚେଷ୍ଟଙ୍କ ସହଯୋଗରେ ରକ୍ତଦାତାମାନଙ୍କୁ ଉପହାର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *