ସୁଭଦ୍ରା ଆବେଦନଙ୍କ ପାଇଁ ବଡ ସୂଚନା

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା’କୁ ନେଇ ଦେଲେ ବଡ ସୂଚନା | ଏଥର ରାଜ୍ୟର ବାହାରେ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା। ଓଡିଶାର ଯେଉଁ ମହିଳାମାନେ ରାଜ୍ୟ ବାହାରେ ରହି କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ମିଳିବ ସୁଭଦ୍ରା ଯୋଜନା | ଚତୁର୍ଥ ପର୍ଯ୍ୟାୟରେ ୨୦ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କୁ ମିଳିବ ଟଙ୍କା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଏଇ ମାସ ଶେଷ ସପ୍ତାହରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। କିନ୍ତୁ ବିଡମ୍ବନା,ଏବେ ବି ୨ ଲକ୍ଷରୁ ଅଧିକ ମହିଳା ନିଜର କେୱାଇସି ଅପଡେଟ କରିନାହାନ୍ତି। ଆଉ ଅଜାଣତରେ ଅପ୍ଟ୍ ଆଉଟ ହୋଇଥିବା ୩୧ ହଜାର ମହିଳାଙ୍କ ମଧ୍ୟରୁ ଅପ୍ଟ୍ ଇନ୍ କରିଛନ୍ତି ୧୭ ହଜାର। ତେଣୁ ସରକାର ମାସ ଶେଷ ଆଡକୁ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ପ୍ରସ୍ତୁତ ହେଉଥିବାରୁ ଯଥାଶୀଘ୍ର କେୱାଇସି ଅପଡେଟ ପାଇଁ କିଛିଦିନ ତଳେ ଅପିଲ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏପେଟ ଏବେ ବି ଅନେକ ଆବେଦନକାରୀ ଆଶା ଆଶଙ୍କାରେ ରହିଛନ୍ତି।

Leave a Reply

Your email address will not be published. Required fields are marked *