ଦିଲ୍ଲୀରେ ଜୈଶ-ଏ-ମହମ୍ମଦ ଲିଙ୍କରେ ଜଣେ ଗିରଫ, ସୋସିଆଲ ମିଡିଆରେ ଯୁବକଙ୍କୁ ଟାର୍ଗେଟ କରୁଛି ISI!
ନୂଆଦିଲ୍ଲୀ : ଦେଶରେ ଆତଙ୍କବାଦୀ ନେଟୱାର୍କ ବିସ୍ତାର ଓ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନ ସହ ଯୋଡ଼ିବା ନେଇ ଆଉ ଏକ ଷଡ଼ଯନ୍ତ୍ରର ସନ୍ଦେହ ସାମ୍ନାକୁ ଆସିଛି। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହ ସମ୍ପୃକ୍ତି ଥିବା ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସୋସିଆଲ ମିଡିଆକୁ ମାଧ୍ୟମ କରି ଭାରତୀୟ ଯୁବକମାନଙ୍କୁ ପ୍ରଭାବିତ କରିବା ଏବଂ ସେମାନଙ୍କୁ ଆତଙ୍କବାଦୀ ଗତିବିଧିରେ ସାମିଲ କରିବା ପାଇଁ ଉଦ୍ୟମ କରୁଥିବା ସୂଚନା ମିଳିଛି।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଗିରଫ ବ୍ୟକ୍ତି ସୋସିଆଲ ମିଡିଆ ମାଧ୍ୟମରେ ଏହି ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ସ୍ଥାପନ କରିଥିଲେ। ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଦୀର୍ଘଦିନ ଧରି ତାଙ୍କର ଅନଲାଇନ୍ କାର୍ଯ୍ୟକଳାପ ଉପରେ ନଜର ରଖିଥିଲା। ସନ୍ଦେହଜନକ ଗତିବିଧି ସମ୍ପର୍କରେ ତଥ୍ୟ ମିଳିବା ପରେ ପଚରାଉଚରା କରାଯାଇ ତାଙ୍କୁ ଗିରଫ କରାଯାଇଛି।
ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ଅଭିଯୁକ୍ତଙ୍କ ସମ୍ପର୍କରେ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ତଥ୍ୟ ଖୋଜୁଛନ୍ତି। ସେ କୌଣସି ବ୍ୟାପକ ଆତଙ୍କବାଦୀ ନେଟୱାର୍କର ଅଂଶ ଥିଲେ କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉଛି।
ସୁରକ୍ଷା ଏଜେନ୍ସିମାନଙ୍କ ଆଶଙ୍କା ଅନୁଯାୟୀ, ISI ଭାରତରେ ଆତଙ୍କବାଦୀ ନେଟୱାର୍କକୁ ସକ୍ରିୟ କରିବା ପାଇଁ ଡିଜିଟାଲ୍ ପ୍ଲାଟଫର୍ମର ସହାୟତା ନେଉଛି। ଯୁବକମାନଙ୍କୁ ମାନସିକ ଭାବେ ପ୍ରଭାବିତ କରି ସେମାନଙ୍କୁ ଆତଙ୍କବାଦୀ ସଂଗଠନର ଗୁପ୍ତ ସହଯୋଗୀ ବା ସ୍ଲିପର ସେଲ୍ ଭାବରେ ବ୍ୟବହାର କରିବା ଏହି ଷଡ଼ଯନ୍ତ୍ରର ଏକ ଅଂଶ ବୋଲି ଅଭିଯୋଗ ହେଉଛି।
ଏହି ଘଟଣା ପରେ ଗୁଜରାଟରେ ମଧ୍ୟ ଜୈଶ-ଏ-ମହମ୍ମଦ ସହ ସମ୍ପର୍କ ସନ୍ଦେହରେ ଆଉ ଜଣେ ବ୍ୟକ୍ତିଙ୍କ ଗିରଫଦାରୀ ସୁରକ୍ଷା ଏଜେନ୍ସିମାନଙ୍କ ଚିନ୍ତାକୁ ବଢ଼ାଇଛି। ଗତ ଶୁକ୍ରବାର ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଭଡୋଦରା ଜିଲ୍ଲାର ଜାରୋଦ ପୁଲିସ ଷ୍ଟେସନ ଅଞ୍ଚଳରୁ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିଥିଲା। ତାଙ୍କଠାରୁ ଏକ ରାଇଫଲ୍ ଓ ଗୁଳି ଜବତ ହୋଇଥିବା ପୁଲିସ ସୂଚନା ଦେଇଛି।