ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୫ ଜଣଙ୍କ ମୃତ୍ୟୁ, ୯ ଜଣ ଗୁରୁତର

ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାରେ ଗତକାଲି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଆଖୁ ବୋଝେଇ ଟ୍ରକ୍‌ ଓ ଏକ ଶ୍ରମିକ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି। । ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ହୋଇଛନ୍ତି।

ଦେଢତାଲାଇ ପୁଲିସ୍‌ ଷ୍ଟେଶନ ଆଇଆଇସିଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ବୁହରାନପୁର ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୬୦ କିମି ଦୂର ଦେଢତାଲାଇ-ଶେଖପୁରା ରାସ୍ତାରେ ଗତକାଲି ଘଟିଛି। ତାଙ୍କ ସୂଚନା ଅନୁଯାୟୀ, ରାସ୍ତାର ଉଭୟ ପାର୍ଶ୍ୱରେ ଯାଉଥିବା ଏକ ଆଖୁ ବୋଝେଇ ଟ୍ରକ୍‌ ଓ ଏକ ଶ୍ରମିକ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଶ୍ରମିକ ବୋଝେଇ ଟ୍ରକ୍‌ର ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୨ ନାବାଳିକା ଓ ଜଣେ ମହିଳା ଥିବେ ଜଣାଯାଇଛି। ସେହିପରି ଦୁର୍ଘଟଣାରେ ଗୁରୁତର ୯ ଜଣଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ପରେ ଆଖୁ ବୋଝେଇ ଟ୍ରକ୍‌ର ଚାଳକ ଓ ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣାଯାଇଛି। ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *