- ଦେଶରେ ଟିକାକରଣ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ଟିକା ନେବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ଭିତରୁ ୫୦ ପ୍ରତିଶତ ସଂପୂର୍ଣ୍ଣ ଟିକାକରଣ ହୋଇସାରିଛନ୍ତି । ଅର୍ଥାତ୍ ୫୦ ପ୍ରତିଶତ ଲୋକ ଦୁଇ ଡୋଜ୍ ଟିକା ନେଇସାରିଛନ୍ତି । ଏଥିପାଇଁ ଟୁଇଟ୍ କରି ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |
- ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି କଲା BJD | କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନରାମ ମେଘୱାଲଙ୍କୁ ବିଜେଡିର ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ବରେ ଭେଟିଲେ BJD ସାଂସଦ |ଓଡ଼ିଶାର ସଭ୍ୟତା, ଆତିଥ୍ୟ, ପରମ୍ପରା ଏବଂ ଅସ୍ମିତା ବହନ କରୁଛି ପାଇକ ବିଦ୍ରୋହ |