- ଦେଶର ପ୍ରଥମ ଓମିକ୍ରନ ଆକ୍ରାନ୍ତ ମୃତ|ମହାରାଷ୍ଟ୍ର ପିମ୍ପ୍ରିର ୫୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ, ନିକଟରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା | ସାମ୍ପୁଲ ପରୀକ୍ଷା ବେଳେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା |
- ରାଜ୍ୟରେ ଦିନକରେ ୨୨୮ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂଗରୋଧରୁ ୧୩୧ ଓ ସ୍ଥାନୀୟ ଅଞ୍ଚଳରୁ ୯୭ ରୋଗୀ ଚିହ୍ନଟ, ୨୨୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୩୨ ଜଣ, ଖୋର୍ଦ୍ଧାରୁ ସର୍ବାଧିକ ୧୦୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ | ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୮୩୪କୁ ବୃଦ୍ଧି, ଏଯାଏ ସୁସ୍ଥ ହେଲେଣି ୧୦ ଲକ୍ଷ ୪୪ ହଜାର ୫୯୪ରୋଗୀ, ୧ ହଜାର ୭୨୭ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ |