ଇଜିପ୍ଟର ଚର୍ଚ୍ଚରେ ଭୟଙ୍କର ଅଗ୍ନିକାଣ୍ଡ ; ୪୧ ଜଣଙ୍କର ମୃତ୍ୟୁ, ୧୨ ଜଣ ଆହତ

ଇଜିପ୍ଟ : ଇଜିପ୍ଟର ଇମ୍ବାବା ଜିଲ୍ଲାର ଆବୁ ସେଫିନ୍ ଚର୍ଚ୍ଚରେ ରବିବାର ଦିନ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଅଗ୍ନିକାଣ୍ଡ ଘଟିଥିବା ବେଳେ ପ୍ରାୟ ୫ ହଜାର ଲୋକ ଉପସ୍ଥିତ ଥିଲେ । ଏୟାର କଣ୍ଡିସନରରେ କୌଣସି ପ୍ରକାରର ତ୍ରୁଟି ଯୋଗୁଁ ନିଆଁ ଲାଗିଥିବା କୁହାଯାଇଛି । ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ-ସିସି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଚର୍ଚ୍ଚର ଅଗ୍ନିକାଣ୍ଡ ଘଟଣାର ଉପରେ ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି । ପୀଡିତ ଏବଂ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଇଜିପ୍ଟର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଅଗ୍ନିକାଣ୍ଡରେ ୪୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଗତ କିଛି ବର୍ଷ ମଧ୍ୟରେ ଇଜିପ୍ଟରେ ଏହା ସବୁଠାରୁ ଭୟଙ୍କର ଅଗ୍ନିକାଣ୍ଡ ଘଟଣା । ଗତ ବର୍ଷ ମାର୍ଚ୍ଚରେ କାଇରୋ ନିକଟ ଏକ ବସ୍ତ୍ର କାରଖାନାରେ ଅଗ୍ନିକାଣ୍ଡ ହୋଇଥିଲା ।୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *