ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା (ACIC) ରାଜ୍ୟ ଶାଖାର ଏକ ସାଧାରଣ ଅଧିବେଶନ
ଭୁବନେଶ୍ୱର: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା (Anti Corruption Intelligence Committee) ରାଜ୍ୟ ଶାଖାର ଏକ ସାଧାରଣ ଅଧିବେଶନ ସ୍ଥାନୀୟ ସର୍କିଟ ହାଉସ ସଦଭାବନା ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି | କମିଟିର ଓଡ଼ିଶା ରାଜ୍ୟ ସଭାପତି ଆଡ଼ଭୋକେଟ କିଶୋର ଚନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଂସ୍ଥାର ଜାତୀୟ ସାଧାରଣ ସଂପାଦକ ଡଃ: ବିପିନବିହାରୀ ମିଶ୍ର ଯୋଗଦେଇଥିଲେ | ସଭାକାର୍ଯ୍ୟ ପ୍ରାରମ୍ଭରେ ଫକୀର ମୋହନ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା | ଜାତୀୟ ସଧାରାଣ ସଂପାଦକ ଡଃ: ବିପିନି ବିହାରୀ ମିଶ୍ର ଉଦବୋଧନ ଦେଇ ସଂସ୍ଥାର କାର୍ଯ୍ୟକ୍ରମ ସଂପର୍କରେ ବିଶେଷ ଭାବରେ ଆଲୋଚନା କରିବା ସହ ସାମାଜିକ ବ୍ୟବସ୍ଥାରେ ବ୍ୟାପକ ସଚେତନତା ସହ ସରକାରୀ ବ୍ୟବସ୍ଥାରୁ ଦୁର୍ନୀତିର ମୁଳୋତ୍ପାଟନ କରିବା ଦିଗରେ ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟ ଉଦ୍ୟମ କରିବା ଆବଶ୍ୟକ ବୋଲି ମତ ଦେଇଥିଲେ | ସଭାପତି ଶ୍ରୀ କିଶୋର ଚନ୍ଦ୍ର କର ରାଜ୍ୟ ଶାଖାର ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ଦେଇଥିଲେ | ରାଜ୍ୟ ସଖା ସାଧାରଣ ସଂପାଦକ ଇଂ. ବିପିନି ବିହାରୀ ନାୟକ ସଂସ୍ଥାର କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ଭୁବନେଶ୍ୱର ଶାଖାର ସଭାପତି ଶ୍ରୀ ଦ୍ୱାରିକାନାଥ ଶତପଥୀ, ସାଧାରଣ ସଂପାଦକ ଶ୍ରୀ ବିଶ୍ୱଜିତ କାନୁନଗୋ, ରାଜ୍ୟ ଉପସଭାପତି ଶ୍ରୀ ଅଶୋକ ମହାପାତ୍ର, ବରିଷ୍ଠ ସଦସ୍ୟ ମାନସ ଦାସ, ଶ୍ୟାମ ସୁନ୍ଦର ମହାନ୍ତି, ନିଶାକର ରାଉତ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ | ଶେଷରେ ରାଜ୍ୟ ସଂପାଦକ ରବୀନ୍ଦ୍ରନାଥ ରାଉତରାୟ ଧନ୍ୟବାଦ ପ୍ରଦାନ କରିଥିଲେ |