IPU ନିର୍ବାଚନରେ ଭାରତର ପ୍ରାର୍ଥୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜୟୀ : ଦୁଇ ଦଶନ୍ଧି ପରେ ଭାରତ ପାଖକୁ ଫେରିଲା ସଭାପତି ପଦ

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଆଇପିୟୁ ର କାର୍ଯ୍ୟକାରିଣୀ କମିଟିକୁ ନିର୍ବାଚିତ ହୋଇଛନ୍ତି । ଅପରାଜିତା ମୋଟ ୧୮ଟି ଭୋଟରୁ ୧୨ଟି ଭୋଟ ପାଇ ନିର୍ବାଚିତ ହୋଇଥିଲେ। ଏହି କମିଟିକୁ ନିର୍ବାଚିତ ହେବା ସହିତ ଭାରତ ଏହାର ସଭାପତି ପଦ ହାସଲ କରିଛି । ଦୁଇ ଦଶନ୍ଧି ପରେ ଭାରତ ପାଖକୁ ସଭାପତି ପଦ ଫେରିଛି ।

୧-ଭାରତର ହେଲା ବୃହତ ବିଜୟ !
୨- ଅନ୍ତର୍ଜାତୀୟ ନିର୍ବାଚନରେ ଭାରତର ପ୍ରାର୍ଥୀ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦୁଇ ତୃତୀୟାଂଶ ଭୋଟରେ ବିଜୟୀ ହେଲେ I
୩-ଅନ୍ତର୍ଜାତୀୟ ଅନୁଷ୍ଠାନ Inter Parliamentary Union ( IPU ) ରେ ୧୭୮ ଦେଶ ଅଂଶଗ୍ରହଣ କରନ୍ତି I
୪-ଏହି ଅନୁଷ୍ଠାନ ୧୮୮୭ ମସିହାରେ ପ୍ରତିଷ୍ଠିତ ହୋଇଥିଲା I
୫- ଏହି ଅନ୍ତର୍ଜାତୀୟ ସମିତି ପରିଚାଳନା ପାଇଁ ୧୫ ଜଣିଆ ପରିଚାଳନା ସମିତି ( Executive Committee ) କାର୍ଯ୍ୟକାରୀ ଥାଏ I ଏ ମଧ୍ୟରୁ ଗୋଟିଏ ପଦ ଖାଲି ହେବାରୁ ରିକ୍ତ ସ୍ଥାନ ପୁରଣ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା I
୬- ଆଜକୁ ଦୁଇ ଦଶନ୍ଧି ପୂର୍ବରୁ ୨୦୦୨ ମସିହା ପୂର୍ବରୁ ଶ୍ରୀମତୀ ନଜମା ହେପତୁଲା ଏହି ସମିତି ସଦସ୍ୟ ଥିଲେ I ବିଗତ ୨୦ ବର୍ଷ ହେବ ଏହି ସମିତିରେ ଭାରତର କେହି ପ୍ରତିନିଧି ନଥିଲେ I
୭- ପ୍ରଧାନମନ୍ତ୍ରୀ ନ୍ତରେନ୍ଦ୍ର ମୋଦି ଭାରତର ପ୍ରାର୍ଥୀ ଭାବେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟI ଙ୍କୁ ଚୟନ କରିଥିଲେ I
୮-କେବଳ ଗୋଟିଏ ସ୍ଥାନ ପାଇଁ ହେଉଥିବା ନିର୍ବାଚନରେ ଦୁଇ ତୃତୀୟାଂଶ ଭୋଟ ସହ ଭାରତର ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏହି ଐତିହାସିକ ବିଜୟ ହାସଲ କରିଥିଲେ I
୯- ଏହି ଅବସରରେ ଆଫ୍ରିକା ସ୍ଥିତ ରଵାଣ୍ଡା କିଗାଲୀ ଗସ୍ତରେ ଥିବା ଭାରତୀୟ ପ୍ରତିନିଧି ଦଳ Team India ଖୁସି ମନାଇଛନ୍ତି I
୧୦- ସ୍ପିକର ଶ୍ରୀ ଓମ ବିର୍ଲା ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଇଛନ୍ତି I ଦେଶ ବ୍ୟାପି ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I
୧୧- ଏହା ସମଗ୍ର ଭାରତ ବାସି ଏବଂ ସାଢେ ଚାରି କୋଟି ଓଡ଼ିଆ ମାନଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ I
୧୨- ସାଂସଦ ଅପରାଜିତାଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଶେଷ ଅଶେଷ ଧନ୍ୟବାଦ I
୧୩-ନିର୍ବାଚନ ବିଜୟୀ ହେବା ପରେ ସମର୍ଥନ କରିଥିବା ଦେଶଙ୍କୁ ଧନ୍ୟବାଦ ଦେବା ସହ ବିରୋଧ କରିଥିବା ରାଷ୍ଟ୍ରମାନଙ୍କୁ ମଧ୍ୟ ସମସ୍ତ ସହଯୋଗ ପ୍ରତିଶ୍ରୁତି ଦେଇ ଭାରତ ମାତାର ମୂଳ ବିଚାର “ବସୁଧୈବ କୁଟୁମ୍ବକମ୍ ” କୁ ସ୍ପଷ୍ଟ କରିଥିଲେ l
୧୪-ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇ ଏହାକୁ ଭାରତର ବିଜୟ ବୋଲି ଉଲ୍ଲେଖ କରିଛନ୍ତି I

Leave a Reply

Your email address will not be published. Required fields are marked *