ଟ୍ରକକୁ ପଛରୁ ପିଟିଲା ପରିବା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌; ଜଣେ ମୃତ, ଦୁଇ ଗୁରୁତର

ରାଉରକେଲା : ଚାନ୍ଦିପୋଷ ଥାନା ଅନ୍ତର୍ଗତ ବିରତୋଳା ବଜାର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌ ଛିଡା ହୋଇ ଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ। ଆହତ ବ୍ୟକ୍ତି ହେଲେ ରୋଶନ ଅଲି ଓ ଗୋଲେରାମ ମୁଣ୍ଡା

ମିଳିଥିବା ସୂଚନା ଅନୁଯାୟୀ ପିକ୍‌ଅପ୍‌ (ଓଡି୧୪ଏଏ-୧୪୮୧) ରାଉଲକେଲାରୁ ପରିବା ବୋଝେଇ କରି ଖୁଂଟଗାଁ ବଜାରକୁ ଯାଉଥିଲା। ୧୪୩ ନମ୍ବର ଜାତୀୟ ରାଜପଥର ବିରତୋଲା ବଜାର ନିକଟରେ ଭାରସାମ୍ୟ ହରାଇ ଛିଡା ହୋଇଥିବା ଟ୍ରକ୍‌କୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ପିକ୍‌ଅପ୍‌ ଭ୍ୟାନ୍‌ରେ ବସିଥିବା ତିନି ଜଣ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ରାଉଲକେଲାକୁ ସ୍ଥାନାତାରିତ କରିଥିଲେ ଏବଂ ସେଠାରେ ଜଣକର ମୃତ୍ୟୁ ହୋଇ ଥିବା ବେଳେ ଆଉ ଜଣେ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି।

ଘଟଣାସ୍ଥଳରେ ଚାନ୍ଦିପୋଷ ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଘଟଣା ର ତଦନ୍ତ କରୁଥିବା ଜଣାପଡ଼ିଛି। ଛିଡା ହୋଇଥିବା ଟ୍ରକଟି ଘଟଣା ଘଟିଲା ପରେ ଘଟଣା ସ୍ଥାନରୁ ପଳାଇ ଯାଇଥିବା ଜଣାପଡ଼ିଛି। ପିକ୍‌ଅପ୍‌ ଭ୍ୟାନ୍‌ର ଆହତ ଚାଳକ ଜଣକ ହେଲେ ଲହୁଣୀପଡା ଥାନା ଜୁନିୟାନି ଗ୍ରାମର ରୋଶନ ଅଲି ଓ ଅନ୍ୟ ବ୍ୟକ୍ତି ହେଲେ ଚୋରଧରା ଗ୍ରାମର ଗୋଲେରାମ ମୁଣ୍ଡା।

Leave a Reply

Your email address will not be published. Required fields are marked *