ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ହନ୍ତାଲଗୁଡ଼ା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଘାଟିରେ ଓଲଟିଲା ଟିପ୍ପର; ୫ ଜଣଙ୍କ ମୃତ୍ୟୁ

ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ହନ୍ତାଲଗୁଡ଼ା ଘାଟିରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଲୁହା ରଡ଼, ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଟିପ୍ପର ତଳେ ୨ ଜଣ ଚାପି ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି।

ଆଜି ସକାଳେ ଏକ ଟିପ୍ପର ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିଲା। । ଟିପ୍ପରରେ ଲୁହା ରଡ଼, ସିମେଣ୍ଟ ବୋଝେଇ ହୋଇଥିବା ବେଳେ ତାହା ଉପରେ ୧୦ରୁ ଅଧିକ ଶ୍ରମିକ ବସିଥିଲେ।

ମାତ୍ର ଟିପ୍ପରଟି ଭାରସାମ୍ୟ ହରାଇ ହନ୍ତାଲଗୁଡ଼ା ଘାଟିରେ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୨ ଜଣ ଗାଡ଼ି ତଳେ ଚାପି ହୋଇ ରହିଛନ୍ତି। ଏହି ଦୁର୍ଘଟଣାରେ ୭ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଖବର ପାଇ ସ୍ଥାନୀୟ ଲୋକେ, ପୁଲିସ୍‌ ଓ ବିଏସଏଫ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜଜିତ ଅଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଚାପି ହୋଇ ରହିଥିବା ୨ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *