ମସଜିଦରେ ସମୂହ ନମାଜ ପାଠ ବେଳେ ଭୟଙ୍କର ବିସ୍ଫୋରଣ ; ୩୩ ଜଣଙ୍କ ମୃତ୍ୟୁ

କାବୁଲ : ମସଜିଦରେ ସମୂହ ନମାଜ ପାଠ ବେଳେ ପୁଣି ଭୟଙ୍କର ବିସ୍ଫୋରଣ ହୋଇଛି । ଗତକାଲି ନର୍ଦ୍ଦନ ଆଫଗାନିସ୍ତାନର ଗୋଟିଏ ମସଜିଦରେ ପ୍ରାର୍ଥନା କରିବା ସମୟରେ ବିସ୍ଫୋରଣ ହେବା ଯୋଗୁ ୩୩ଜଣଙ୍କ ମୂତ୍ୟୁ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ଆଫଗାନିସ୍ତାନରେ ଦିନକ ପୂର୍ବରୁ ମଧ୍ୟ ବିସ୍ଫୋରଣ ହୋଇଥିଲା । ବିଭିନ୍ନ ସ୍ଥାନରେ ବିସ୍ଫୋରଣ କରାଯାଇଥିବା ବେଳେ ଏଥିପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ ନିଜକୁ ଦାୟୀ କରିଥିଲା । ହେଲେ ଗତକାଲି ପୁଣି ମସଜିଦରେ ବିସ୍ଫୋରଣ ହୋଇଛି ।

ଘଟଣାକୁ ନେଇ ତାଲିବାନ ସରକାରର ମୁଖପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମୁଖପାତ୍ର ଜବିହୁଲ୍ଳା ମୁଜାହିଦ୍‌ ବିସ୍ଫୋରଣକୁ ନେଇ କହିଛନ୍ତି ଏହି ହମଲା ଆତଙ୍କବାଦୀ ମାନେ ଘଟାଇଛନ୍ତି । କୁଣ୍ଡୁଜରେ ଥିବା​ ଏକ ମସଜିଦ୍‌ ଉପରେ ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣ ଯୋଗୁ ଛୋଟ ପିଲାଙ୍କ ସମେତ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୩ଜଣ ଆହତ ହୋଇଥିବା ସେ ସୂଚନା ଦେଇଛନ୍ତି । ଏହି ଘଟଣାକୁ ଆମେ ମାନେ ନିନ୍ଦା କରିବା ସହ ମୃତାହତ ପରିବାରକୁ ସମବେଦନା ଜଣାଉଛୁ ବୋଲି କହିଛନ୍ତି ଜବିହୁଲ୍ଳା ମୁଜାହିଦ୍‌ ।

Leave a Reply

Your email address will not be published. Required fields are marked *