ରାଣୀପେଣ୍ଠ ସ୍ଥିତ ଘରୋଇ ନର୍ସିଂ କ୍ଲାସରୁମରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାରଳାଖେମୁଣ୍ଡି: ରାଣୀପେଣ୍ଠ ସ୍ଥିତ ଏକ ଘରୋଇ ନର୍ସିଂ କଲେଜର ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେହି କଲେଜର ଏକ କ୍ଲାସରୁମରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ମୃତ ନର୍ସିଂ ଛାତ୍ରୀ ଜଣକଙ୍କ ଘର ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ହୋଇଥିବା ବେଳେ ସେ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ତାହା ସହ ଛାତ୍ରୀ ଜଣକ ହଷ୍ଟେଲରେ ରହି ପାଠପଢ଼ୁଥିଲେ । ମୃତ ଛାତ୍ରୀ ଜଣକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ସହ ଏନେଇ ଅଧିକ ତଦନ୍ତ ଚଳାଇଛି । ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଲେଜ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *