ସ୍ବର୍ଗତଃ ନିର୍ମଳା ମିଶ୍ରଙ୍କୁ ସଂଗୀତରେ ଶ୍ରଦ୍ଧାଞ୍ଜଳୀ ପାଇଁ ମୂର୍ଚ୍ଛନା ପରିବାରର ନିଆରା ପ୍ରୟାସ

ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୨୬ ତାରିଖ , ସୋମବାର ସଂଧ୍ୟା ୬ଟା ୩୦ ମିନିଟ ସମୟରେ ଓଡିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ମୂର୍ଚ୍ଛନା’ ଆୟୋଜନ କରିବାକୁ ଯାଉଛି ଏକ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘A TRIBUTE TO NIRMALA MISHRA’ । ରାଜଧାନୀର ଗୁରୁ କେଳୁଚରଣ ମହାପାତ୍ର ଅଡିଟୋରିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ଜଣାଶୁଣା ସୁନାମଧନ୍ୟ କଳାକାର ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଓଡିଆ ସିନେମା ଓ ସଙ୍ଗୀତ ଜଗତ ପ୍ରତି ସ୍ବର୍ଗତ ଶ୍ରୀମତୀ ନିର୍ମଳା ମିଶ୍ରଙ୍କ ବହୁମୂଲ୍ୟ ଅବଦାନ ଅତୁଳନୀୟ । ତାଙ୍କର ଏହି ଅତୁଳନୀୟ ଅବଦାନକୁ ମନେ ପକାଇ ତାଙ୍କରି ଗୀତକୁ ପୁଣି ଥରେ ଶ୍ରୋତାଙ୍କୁ ଶୁଣାଇବାକୁ ପ୍ରୟାସ କରିବେ ‘ମୂର୍ଚ୍ଛନା’ ପରିବାରର କଳାକାର ବୃନ୍ଦ । ସବୁବେଳେ କିଛି ଭିନ୍ନ କରିବାକୁ ଚେଷ୍ଟା କରିଆସିଛି ‘ମୂର୍ଚ୍ଛନା’ ପରିବାର । ଏଥର ମଧ୍ୟ ଓଡିଆ ସିନେମାର କିଛି ଅଭୂଲା ଗୀତ ସବୁକୁ ଶ୍ରୋତାଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିବ। ଓଡିଶାରେ, ସ୍ଵର୍ଗତ ଶ୍ରୀମତୀ ନିର୍ମଳା ମିଶ୍ରଙ୍କୁ ମନେପକାଇ ଏଭଳି ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ପ୍ରଥମ । ଏହି ପରିପେକ୍ଷୀରେ ତାଙ୍କର କିଛି ଅଭୂଲା ଜଣାଶୁଣା ଗୀତକୁ ପୁଣି ଥରେ ସମସ୍ତଙ୍କୁ ମନେପକାଇଦେବାକୁ ଏକ ସୁନ୍ଦର ଚେଷ୍ଟା କରିବେ କଳାକାରମାନେ । ଶ୍ରୋତା ମାନେ ବହୁ ସଂଖ୍ୟାରେ ଯୋଗଦାନ କରି ସେହି ମହାନ ଆତ୍ମାଙ୍କୁ ସ୍ମରଣ କରିବା ସହିତ କଳାକାର ମାନଙ୍କୁ ଉତ୍ସାହିତ କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ମୂର୍ଚ୍ଛନା ପରିବାର ପକ୍ଷରୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *