ଟାଇମ୍ ଟୁ ସାଇନ୍ ପକ୍ଷରୁ ନିଆରା କାର୍ଯ୍ୟକ୍ରମ : ସୂତା – ଏକ ସୁରକ୍ଷାର କବଚ ବାର୍ତ୍ତା

ଭୁବନେଶ୍ୱର :ସମ୍ପର୍କର ଡୋରି ରାକ୍ଷୀ । ଭାଇ ହାତରେ ଭଉଣୀଟି ରାକ୍ଷୀ ବାନ୍ଧିବା ପାଇଁ ଗହ୍ମା ପୁନେଇଁକୁ ଋତକ ପରି ଋହିଁ ରହିଥାଏ ଭଉଣୀ । ଆଉ ସେହିଦିନ ଆସିଲେ ଭଉଣୀର ଖୁସି କହିଲେ ନସରେ । ହେଲେ ଭଉଣୀ ଭାଇ ହାତରେ ସମ୍ପର୍କର ଡୋରି ବାନ୍ଧି ତାର ପ୍ରତିବଦଳରେ ସବୁଦିନ ପାଇଁ ମିଳିଥାଏ ସୁରକ୍ଷାର ପ୍ରତିଶ୍ରୁତି । ଏହିଭଳି ଏକ କାର୍ଯ୍ୟକ୍ରମକୁ ନିଆରା ଢଙ୍ଗରେ ଗହ୍ମା ପୁନେଇ ଅବସରରେ ଟାଇମ୍ ଟୁ ସାଇନ୍ ଆୟୋଜିତ କରିଛି ଏଭଳି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ । ଯେଉଁ କାର୍ଯ୍ୟକ୍ରମରେ ମୁଖ୍ୟ ଥମ୍ ରହିଛି ‘ଥେଡ୍ : ଦି ବଣ୍ଡ ଅଫ ପ୍ରୋଟେକ୍ସନ’ । ଏ ନେଇ ଭୁବନେଶ୍ଵରର ଗୀତଗୋବିନ୍ଦ ସଦନରେ ଦେଶ ସୁରକ୍ଷାର କବଚ ସାଜିଥିବା ବିଭିନ୍ନ ବର୍ଗର ଭାଇମାନଙ୍କୁ ଭଉଣୀମାନେ
ରାକ୍ଷୀ ବାନ୍ଧି ନିଆରା ବାର୍ତ୍ତା ପ୍ରଦାନ କରିଛନ୍ତି ।
ଟାଇମ୍ ଟୁ ସାଇନର ମୁଖ୍ୟ ସଂଯୋଜିକା ଲିନା ନନ୍ଦିତା ପରିଡ଼ାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରରାଉରାୟ ଏବଂ ବିଶିଷ୍ଟ ଉଦ୍ୟୋଗପତି ରମେଶ ପଣ୍ଡା ଯୋଗ ଦେଇ ରାକ୍ଷୀର ବିଶେଷତ୍ଵ ଓ ଭାଇ ଭଉଣୀ ପାଇଁ ସମ୍ପର୍କର ଏହି ସୂତାଖୁଅ ଜୀବନରେ ବହୁ ପ୍ରତିବନ୍ଧକକୁ ଦୂର କରିଥାଏ । ଏହା ବଦଳରେ ଏହି ସୂତାଅ ଭଉଣୀର ସୁରକ୍ଷା କବଚ ସାଜିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଦେଶ ସୁରକ୍ଷା କ୍ଷେତ୍ରରେ ବିଭିନ୍ନ ବର୍ଗର ୮ଜଣ ବ୍ୟକ୍ତିବିଶେଷଙ୍କୁ ରାକ୍ଷୀ ବାନ୍ଧି ଆଶୀର୍ବାଦ କାମନା କରାଯାଇଛି ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇ. ସୁଭାଶିଷ ରାଉତ, ବିଶିଷ୍ଟ ସମାଜସେବୀ ବରେନ୍ଦ୍ର କୁମାର, ଜଜବା ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ସଫଦର ହସୀମ, ସିଏ ଜଳେନ୍ଦ୍ର ପଢିଆରୀ, ଗୋସେବକ କ୍ରିଷ୍ଣା ନାୟକ, ବାଲିଅନ୍ତା ଥାନା ଅଧିକାରୀ ଯୁବରାଜ ସ୍ଵାଇଁ, ଏସ୍‌ସିବି ମେଡ଼ିକାଲର ଡାକ୍ତର ଡ. ଜ୍ୟୋତିର୍ମୟ ନାୟକ, ଡେୟାର ଡେଭିଲର ପ୍ରତିଷ୍ଠାତା ଲେପ୍ଟନାଣ୍ଟ ମିହିର ଶରଣ ପ୍ରମୁଖଙ୍କୁ କୁନିଝିଅମାନେ ରାକ୍ଷୀ ବାନ୍ଧିବା ସହିତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏଥିରେ ଦେଶର ସୁରକ୍ଷାରେ ଅହରହ କାର୍ଯ୍ୟ କରିଥିବା ୧୫ଗୋଟି ଅନୁଷ୍ଠାନକୁ ସମ୍ବଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଭିନେତା ବାବୁ ରାଜା ଓ ବିଭୂଦତ୍ତ ଦାଶ ପରିସ୍ଖଳନା କରିଥିବା ବେଳେ ଅବିନାଶ ଷଡ଼ଙ୍ଗୀ ମଞ୍ଚ ଉପସ୍ଥାପନା
କରିଥିଲେ । ଏହି ଅବସରରେ ରାକ୍ଷୀକୁ ନେଇ ସତ୍ୟ ନାରାୟଣ ବେହେରାଙ୍କ ସଂଯୋଜନାରେ କୁନି ପ୍ରତିଭା ଶ୍ରୀୟା ଶୁଭାଙ୍ଗି ପରିଡ଼ା ଓ ଅଙ୍କିତ ପରିଡ଼ାଙ୍କ ଦ୍ବାରା ରାକ୍ଷୀ ଗୀତରେ ଅଭିନୟ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ ।

Leave a Reply

Your email address will not be published. Required fields are marked *