ଆଜି ଆଲିଆ-ରଣବୀରଙ୍କ ମେହେନ୍ଦି, କାଲି ବାହାଘର

ମୁମ୍ବାଇ: ଖୁବଶୀଘ୍ର ବଧୂ ସାଜିବେ ବଲିଉଡର ଗଙ୍ଗୁବାଇ ଆଲିଆ ଭଟ୍ଟ। କପୁର ଖାନ୍‌ଦାନର ସେ ପାଲଟିବେ ଛୋଟି ବୋହୂ। ରଣବୀର କପୁରଙ୍କ ସହ ନେବେ ସାତ ଫେରା। ଆଜିଠୁ ଏହି ଦୁଇ ଲଭ୍‌ ବାର୍ଡଙ୍କ ଆରମ୍ଭ ହୋଇଛି ପ୍ରି ୱେଡିଂ ଫଙ୍କସନ୍‌। ଆଜି ଆଲିଆଙ୍କ ହାତରେ ଲାଗିବ ରଣବୀରଙ୍କ ନାଁର ମେହେନ୍ଦି। ସେହି ରଣବୀର ବି ନିଜ ହାତରେ ଆଲିଆଙ୍କ ନାଁରେ ମେହେନ୍ଦି ଲଗାଇବେ। କାଲି ବାଜିବ ଶାହାନାଇ। ସତ ଜନ୍ମ ପାଇଁ ସାଥୀ ହେବେ ଆଲିଆ-ରଣବୀର। ଏଥିପାଇଁ ପୂରା କପୁର ହାଉସ୍‌ ଫୁଲ ଓ ଆଲୋକ ମାଳାରେ ସଜେଇ ହୋଇଛି।

ବିବାହ ଫଙ୍କସନ୍‌ ଆରମ୍ଭ ହେବା ପୂର୍ବରୁ ରଣବୀର କପୁରଙ୍କ ଘର ପୁରାପୁରି ନବବଧୂ ଭଳି ସଜେଇ ହୋଇପଡିଛି। ଆଲିଆ ଭଟ୍ଟଙ୍କ ଆପାର୍ଟମେଣ୍ଟ ମଧ୍ୟ ସେହି ବିଲ୍ଡିଂରେ ହିଁ ରହିଛି, ଯାହାକୁ ଫୁଲ ଏବଂ ଲାଇଟ୍‌ରେ ସଜେଇ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଆଜି ସକାଳୁ ପ୍ରିୱେଡିଂ ସେରେମୋନି ଆରମ୍ଭ ହୋଇଯାଇଛି।

ରଣବୀର କପୁର ନିଜ ଲେଡି ଲଭ୍‌ ଆଲିଆ ଭଟ୍ଟଙ୍କ ସହ ବାସ୍ତୁରେ ସାତ ଫେରେ ନେବେ। ଏହି ବିଲ୍ଡିଂରେ ଆଲିଆ ଏବଂ ରଣବୀର ଦୁହିଁଙ୍କ ଆପର୍ଟମେଣ୍ଟ ଅଛି। ୱେଡିଂ ଡେ’ ପୂର୍ବରୁ ୧୨ ଏପ୍ରିଲ ଦିନ ଠାରୁ ‘ବାସ୍ତୁ’ ଲାଇଟ୍‌ ମାଳରେ ଝଲିସି ଉଠିଥିବା ଦେଖିବାକୁ ମଳିଛି। ସୋଶାଲ ମିଡିଆରେ ଏହି ବାସ୍ତୁ ଆପର୍ଟମେଣ୍ଟର ଅନେକ ଫଟୋ ଓ ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି।

ତେବେ ବିବାହ ଫଙ୍କସନ୍‌ ଭିତରେ ରଣବୀର-ଆଲିଆଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ପ୍ରକୃତରେ ଏହି ଭିଡିଓଟି ହେଉଛି ତାଙ୍କ ଅପ୍‌କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଗୀତ ‘କେସରିଆ’ର ଟିଜର। ଏହି ଗୀତକୁ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଏଥିସହ ସେ କ୍ୟାପସନ୍‌ ରଣବୀର-ଆଲିଆଙ୍କୁ ବିବାହ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏହି ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ରିଲିଜ ହେବ।

Leave a Reply

Your email address will not be published. Required fields are marked *