ଓଡ଼ିଶା ଷ୍ଟେଟ୍ ବାର କାଉନସିଲ୍ ନିଷ୍ପତିକୁ ବିରୋଧ କଲା ନିଖିଳ ଓଡ଼ିଶା ଆଇନଜିବୀ ସଂଘ

ଭୁବନେଶ୍ବର : ନିଖିଳ ଓଡ଼ିଶା ଆଇନଜିବୀ ସଂଘ (AOLA) ତରଫରୁ ଆଜି ତା ୨୮.୦୧ ୨୦୨୩ ରିଖ ରେ ଭୁବନେଶ୍ବର ସ୍ମିଥ ଆର୍ଯ୍ୟ ପାଲେସ ହୋଟେଲ ରେ ଏକ ପ୍ରେସ ବିଜ୍ଞପ୍ତି କରାଯାଇ, ସଂଘ ତରଫ ରୁ ପ୍ରସ୍ତାବିତ ଓଡ଼ିଶା ଷ୍ଟେଟ ବାର୍ କାଉନସିଲ୍ ଆଡଭୋକେଟ ୱେଚ୍ଛାରେ କର୍ପସ ଫଣ୍ଡ ରୁଲ ୨୦୨୦ ତତ୍ ସମ୍ବନ୍ଧରେ ଓଡ଼ିଶା ଆଇନଜୀବି ପରିଷଦ ର ସ୍ବତନ୍ତ୍ର ଅନ୍ତରୀଣ କମିଟି ଦ୍ବାରା ଆଗତ କର ଯାଇଥିବା ପ୍ରସ୍ତାବିତ ୱେଲଫେଆରେ ଫଣ୍ଡ ଟିକେଟ ର ମୂଲ୍ୟ ୧୫ ଟଙ୍କା ରୁ ୧୦୦ ଟଙ୍କା କୁ ବୃଦ୍ଧି କରାଯାଇଥିବା ନିଷ୍ପତି କୁ ନିଷ୍ଫଳ ଓଡ଼ିଶା ଆଇନଜୀବି ସଂଘ ତଥା ଓଡ଼ିଶାର କୋଣ ଅନୁକୋଣ ର ଆଇନଜୀବି ମାନେ ଗ୍ରହଣ କରିପାରୁନାହାନ୍ତି। ଏହି ସମ୍ବନ୍ଧ ରେ ଓଡ଼ିଶା ଆଇନଜୀବି ପରିଷଦ ର ଅନ୍ତରୀଣ କମିଟି ଦ୍ୱାରା ଓଡ଼ିଶା ର ସମସ୍ତ ବାର୍ ଆସୋସିଏସନ୍‌ ସମସ୍ତ ସଭାପତି ଓ ସମ୍ପାଦକ ଙ୍କୁ ଆସନ୍ତା ଫେବୃଆରୀ ୦୧ ତାରିଖ ଠାରୁ ବାଧ୍ୟତାମୂଳକ ଭାବେ ୧୦୦ ଟଙ୍କା ସମ୍ବଳିତ ୱେଚ୍ଛାଇଆର୍ ଫଣ୍ଡ ଟିକେଟ ବକାଳତନାମା ରେ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଆ ଆଇନଜୀବି ପରିଷଦର ଅନ୍ତରୀଣ କମିଟି ଦ୍ବାରା ନିଆଯାଇଥିବା ଉକ୍ ନିଷ୍ପତ୍ତି ବର୍ତ୍ତମାନ ପରିସ୍ଥିତି ରେ ଲାଗୁ କରିବା ଆଦି ଯୁକ୍ତିଯୁକ୍ତ ନୁହଁ ଏବଂ ଏହା ଓଡ଼ିଶା ର ଓକିଲ ତଥା ସେମାନଙ୍କ ମହକିଲ ମାନଙ୍କର ସ୍ବାର୍ଥ ବିରୋଧ ରେ ଯାଉଛି। ତେଣୁ ଉକ୍ତ ନିଷ୍ପତ୍ତିର ପୁନର ବିଚାର ପାଇଁ ନିଷ୍ଫଳ ଓଡ଼ିଶା ଆଇନଜୀବି ସଂଘ ତରଫ ରୁ ଓଡ଼ିଶା ଆଇନଜୀବି ପରିଷଦ ର ଅନ୍ତରୀଣ କମିଟିର ଅଧ୍ୟକ୍ଷ ତଥା ଭାରତ ଆଇନଜୀବି ପରିଷଦ ର
ଅଧକ୍ଷ ଙ୍କୁ ଅନୁରୋଧ କରା ଯାଉଛି।

ପ୍ରକାଶ ଥାଉକି ଏହି ସନ୍ଧର୍ବ ରେ ୨୦୨୧ ରେ ନିଆ ଯାଇଥିବା ଦେଓ ବୃଦ୍ଧି ପ୍ରତିବାଦ ରେ ନିଷ୍ପତି କୁ ସ୍ତଗିତ ରଖାଯାଇଥିବା ସ୍ଥଳେ ଆଇନଜୀବି ପରିଷଦ ର ଅନ୍ତରୀଣ କମିଟି ର ଏହି ଘଡି ସନ୍ଧୀ ମୁହୂର୍ତ୍ତ ରେ ତରବରିଆ ନିଷ୍ପତି ଆଇନଜୀବି ମାନଙ୍କ ଉପରେ ବୋଝ ଉପରେ ଲଳିତାବିଡା ସଦୃଶ୍ୟ ଅଟେ। କରୋନା ସମୟ ରେ କରୋନା ଦ୍ବାରା ପ୍ରପୀଡ଼ିତ ଆଇନଜୀବି ମାନେ ମୃତ୍ୟୁବରଣ କରିଥିବା ସ୍ଥଳେ ଆଇନଜୀବି ପରିଷଦ ର ଅନ୍ତରୀଣ କମିଟି ସମ୍ମଖୁ ରେ ୧୦ ଲକ୍ଷ୍ୟ ଟଙ୍କା ର ସାହାଯ୍ୟ ଦାବି କୁ ଆଡେଇଯାଈ ଦେଓବୃଦ୍ଧି ଓଡ଼ିଶା ଆଇନଜୀବି ମାନଙ୍କ ସମସ୍ୟା କୁ ଦୁଇଗୁଣିତ କରିଛି। ପ୍ରକାଶ ଥାଉ କି ଓଡ଼ିଶା ଆଇନଜୀବି ପରିଷଦ ର ଗଣତାନ୍ତ୍ରିକ ନିର୍ବାଚନ ୨୦୧୯ ରେ ହେବାକୁ ଥିବା ସ୍ଥଳେ ଦୀର୍ଘ ୪ ବର୍ଷ ଧରି ଗଣତାନ୍ତ୍ରିକ ନିର୍ବାଚନ ନ ହେବା କ୍ଷୋଭ ଏବଂ ପରିତାପର ବିଷୟ ଅଟେ। ତେଣୁ ଗଣତାନ୍ତ୍ରିକ ପଦ୍ଧତି ରେ ଆଇନଜୀବି ପରିଷଦ ର ତୋରିତ୍ ନିର୍ବାଚନ କରିବା ପାଇଁ ସଂଘ ତରଫ ରୁ ଦୃଢ଼ ଦାବି ଓ ଅନୁରୋଧ କରାଯାଇଅଛି ଏବଂ ନିର୍ବାଚନ ନ ହେବା ପର୍ଯ୍ୟନ୍ତ ଦେଓବୃଦ୍ଧି (୧୫ ଟଙ୍କା ରୁ ୧୦୦ ଟଙ୍କା) ସ୍ତଗୀତ ରଖିବା ପାଇଁ ନିଖ୍ ଓଡ଼ିଶା ଆଇନଜୀବି ସଂଘ ତରଫ ରୁ ଅନୁରୋଧ କରାଯାଇଅଛି ।

ଅହେତୁକ ଦେଓବୃଦ୍ଧୀ ଓଡ଼ିଶା ର ଆଇନଜୀବି ମାନଙ୍କ ର ସ୍ବାର୍ଥ ବିରୋଧ ଅଟେ ବୋଲି ନିଷ୍ଫଳ ଓଡ଼ିଶା ଆଇନଜୀବି ସଂଘ ତରଫ ରୁ ପ୍ରେସ ବିଜ୍ଞପ୍ତି ମଧ୍ୟାବ ରେ ସଂଘ ର ଅଧକ୍ଷ ଶ୍ରୀ ଜ୍ଞାନ ରଞ୍ଜନ ମହାନ୍ତି, ସଭାପତି ଶ୍ରୀ ବିରେନ୍ଦ୍ର କୁମାର ପଟ୍ଟନାୟକ ତଥା ସାଧାରଣ ସମ୍ପାଦକ ଶ୍ରୀ ସଂଜିତ୍‌ ପାଣିଗ୍ରାହୀ ମତ ପ୍ରକାଶ କରିଛନ୍ତି। ଉକ୍ତ ପ୍ରେସ ବିଜ୍ଞପ୍ତି ରେ ସଂଘ ର ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ସାହୁ, ଉପଦେଷ୍ଟା ଶ୍ରୀ ସୁଭାଷ ଚନ୍ଦ୍ର ମିଶ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀ ଦିଲୀପ କୁମାର ଦାସ, ଉପସଭାପତି ଶ୍ରୀ ମନୋରଞ୍ଜନ ମହାନ୍ତି ଓ ଶ୍ରୀ ସମୀର କୁମାର ନାୟକ ତଥା ଅନ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *