ସତ୍ୟ ନଗର ଲେଡିସ ଫୋରମର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର : ସତ୍ୟନଗର ସ୍ଥିତ ଲେଡିସ ଫୋରମ ପକ୍ଷରୁ 22ତାରିଖ ବୁଧବାର ଦିନ 8ମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା , ସିୱାଇଏସଡ଼ି ଅଧକ୍ଷ ଶ୍ରୀଯୁକ୍ତ ଜଗଦ୍ଧାନନ୍ଦ ଏବଂ ନବରତ୍ୱ କମ୍ପାନୀ ନାଲକୋର ବରିଷ୍ଠ ମାନବ ସମ୍ବଳ ଅଧିକାରୀ ରାଧାଶ୍ୟାମ ମହାପାତ୍ର , ରାଜ୍ୟ ଭିନ୍ନକ୍ଷମ କମିଶନର ଶ୍ରୀମତୀ ସୁଲୋଚନା ଦାସ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ଅବସରରେ ଓଡ଼ିଶାର 2ଜଣ ବରିଷ୍ଠ ସାମ୍ବାଦିକ ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟମିଶ୍ର ଙ୍କୁ ‘ ଅରିନ୍ଦମ ସୃତି ସାମ୍ବାଦିକତା ସଂମ୍ମାନ ଓ ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ତ୍ରିପାଠୀଙ୍କୁ ‘ ସାମ୍ବାଦିକ ଦେଵେଦ୍ର ସୃତି ସାମ୍ବାଦିକତା ସଂମ୍ମାନ ‘ ପ୍ରଦାନ କରାଯାଇଥିଲା | ଏହା ସହିତ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟର ସଫଳ ହୋଇଥିବା କିଛି ପ୍ରତିଭା ମାନଙ୍କୁ ସମ୍ବଦ୍ଧିତକରାଯାଇଥିଲା | ଆପଣମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଆମେ ନିଜକୁ ଭାଗବାନ ମନେ କରିବା ସହ ଗଣମାଧ୍ୟମର ପ୍ରିୟ ବନ୍ଧୁମାନେ ଆମର ଏଇ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରି ଆମ ଅନୁଷ୍ଠାନର ସାମ୍ବାଦିକା ଅନୁରାଧା ଦାସ ଏବଂ ଭବିଷ୍ୟତରେ ଏହିପରି କାର୍ଯ୍ୟକ୍ରମ ଜାରି ରଖିବାକୁ ଅନୁରୋଧ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଶୋଭେଦିତ ରୟ , ଦୀପ୍ତି ପ୍ରଭା ରଥ , ଦାଭିନଦ୍ର କୌର , ଅବିନାଶ ଚୌଧୁରୀ , ସଦସ୍ୟା ( ରତ୍ନମଞ୍ଜରୀ ସାମନ୍ତରାୟ , ଉମାରାଣି ଶତପଥୀ ) କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ | ଶେଷରେ ହେଭେନ ଗୃପ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲା | ସୁଭୋଜିତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ସୁଶ୍ରୀ ଅର୍ପିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *