ହେଲ୍‌ମେଟ୍ ଅନୁଷ୍ଠାନର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହେଲ୍ପମେଟର ସପ୍ତମ ବାର୍ଷିକ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ G-20 ବିଷୟ ବସ୍ତୁକୁ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଛି। ଭାରତ ବାହାରୁ ଆମେରିକା, ରୁଷ, ୟୁ.କେ, କାନାଡ଼ା, ନେପାଳ ଇତ୍ୟାଦି ଦେଶମାନଙ୍କରୁ ଛାତ୍ରଛାତ୍ରୀ ପ୍ରତିଯୋଗୀତାରେ ଭାଗ ନେଇଅନ୍‌ଲାଇନ୍ ପ୍ରମାଣପତ୍ର ପାଇଛନ୍ତି। ମୁଖ୍ୟଅତିଥ୍‌ ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ସମ୍ମାନୀତ ଅତିଥି ଶ୍ରୀ ଦିଲ୍ଲୀପ ରାଉତରାୟ, ଭା.ପ୍ର.ସେ, ନିର୍ଦ୍ଦେଶକ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ପ୍ରଫେସର ପ୍ରଭାତ କୁମାର ରାଉଳ, କୁଳପତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ର ଉପସ୍ଥିତ ରହି ଆଲୋଚ୍ୟ ବିଷୟ – “ଯୁବପିଢ଼ିଙ୍କ ନିମନ୍ତେ ଦକ୍ଷତାବିକାଶର ଆବଶ୍ୟକତା ରହିଛି” ବିଷୟକୁ ନେଇ କହିଛନ୍ତି କି ଯୁବପିଢ଼ିମାନଙ୍କ ଭିତରେ ଥିବା ଦକ୍ଷତାର ଅଭିବୃଦ୍ଧି ଅଭିଭାବକମାନଙ୍କ ଦ୍ଵାରା ହୋଇପାରିବ ଯାହାଦ୍ବାରା ସେମାନେ ବିପଥଗାମୀ ହେବେ ନାହିଁ। ଏଥସହ G-20 ର ଶିକ୍ଷା ଓଋକିରୀ କ୍ଷେତ୍ରରେ କ’ଣ ଅବଦାନ ରହିଛି ତାହା ଆଲୋଚନା କରାଯାଇଅଛି। ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉପସ୍ଥିତ ଥିଲା । ସମ୍ପାଦିକା ନିବେଦିତା ଭଞ୍ଜ ବାର୍ଷିକ ବିବରଣୀପାଠ କରିବା ସହ ଯୁବପିଢ଼ିକୁ ଧୈର୍ଯ୍ୟ ଓ ସମୟାନୁବର୍ତୀ କୁ ଅନୁସରଣ କରିବା ନିମନ୍ତେ କହିଥିଲେ। ସଭାପତି ଡ଼. ଅଞ୍ଜଳିତ୍ରିପାଠୀ ସରକାରଙ୍କର ବିଭିନ୍ନ ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମ ଉପରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ନିଜର ପ୍ରଶ୍ନ ରଖିଥିଲେ। ଏଥିସହ ଦକ୍ଷତା ସମ୍ପର୍ଣ୍ଣ ୨ଜଣ ବ୍ୟକ୍ତି ଶ୍ରୀ କିଶୋରକୁମାର ପାତ୍ର ଓ ଶ୍ରୀ ରବୀନ୍ଦ୍ର ନାଥ ସେଠୀଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନର ଚତୁର୍ଥ ସଂକଳନ‘ବନ୍ଧୁତା’ ପତ୍ରିକା ଲୋକାର୍ପଣ ହେବା ସହ ମଞ୍ଚ ପରିପ୍ପଳକ ଡ଼. ଦେବାଶିଷ ମହାପାତ୍ରଙ୍କ ଦ୍ଵାରା ମାନସ ମୈଥୁଳୀ ଶ୍ରୀମତୀ କୃଷ୍ଣପ୍ରିୟା ଦାସଙ୍କର ଉପନ୍ୟାସ ‘ମୈଥୁଳୀ’ ସମୀକ୍ଷା କରାଯାଇଛି। ଅନୁଷ୍ଠାନର ଲିନା ମିଶ୍ର, ନିହାରିକା ପଟ୍ଟନାୟକ, କବିତା ମହାନ୍ତି, ଦିପ୍ତି ମିଶ୍ର, ସ୍ଵର୍ଶ ମିଶ୍ର, ମୋନିକା ମହାପାତ୍ର, ମାନସ ଥାଟୋଇ, ଡ଼. ସୁଶୀଲ କୁମାର ପଟ୍ଟନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *