ବନ ମହୋତ୍ସବ ସପ୍ତାହ’ ର ଉଦଯାପନ ଦିବସରେ ପରିବେଶ ସଚେତନତା ଓ ବୃକ୍ଷ ରୋପଣ

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ କେଶୁରାସ୍ଥିତ ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଓ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ୍ ପକ୍ଷରୁ କେଶୁରା ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ନିକଟରେ ‘ବନ ମହୋତ୍ସବ ସପ୍ତାହ’ ର ଉଦଯାପନ ଦିବସରେ ପରିବେଶ ସଚେତନତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା। ବ୍ରହ୍ମକୁମାରୀ ଅପର୍ଣ୍ଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁମ୍ବାଇ ଓଡ଼ିଆ ମହାସଂଘ ଓ ସୁଯ୍ୟକ୍ଷେତ୍ର ଫାଉଣ୍ଡେସନର ସଭାପତି ଡ଼ ବିପିନ ବିହାରୀ ମିଶ୍ର ମୁଖ୍ୟ ଅତିଥି, ଯୁବ ପରିବେଶବିତ ଲିଙ୍ଗରାଜ ସାହୁ, ବାଳକୃଷ୍ଣ ରାଉତ, ଗାଁ ମୁରବି ସୁଦର୍ଶନ ପ୍ରଧାନ ଯୋଗଦେଇ ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ଆୟୁର୍ବେଦ ଔଷଧ ଚାରା ରୋପଣ କରାଯାଇଥିଲା। ଏଥିରେ ଅରକ୍ଷିତ ସ୍ୱାଇଁ, ବ୍ରହ୍ମକୁମାରୀ ପିଙ୍କି, ବ୍ରହ୍ମକୁମାରୀ ଲିପୁନ, ଦିବ୍ୟ ଜୋତି ସାହୁ, କେଶବ ସ୍ୱାଇଁ, ବିନୋଦ କୁମର ରାଉତ, ଧାର୍ଯ୍ୟ ଶୀଳ ପ୍ରଧାନ, ପାଣ୍ଡବ ସାହୁ ଓ ବହୁ ବ୍ରହ୍ମକୁମାରୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *