ଭୁବନେଶ୍ବର ସାଲିଆ ସାହିରେ କଙ୍ଗାରୁ କୋର୍ଟ ଅଭିଯୋଗ,ସାଲିଆ ସାହିର ୩ ମହିଳାଙ୍କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ, ୨ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ଓ ଉଠ୍‌ ବସ୍‌ ସହ ୫୦୦୦ ହଜାର ଫାଇନ୍‌ କରିଥିଲେ ଅଭିଯୁକ୍ତ ମହିଳା, ଏମାନେ ସାଲିଆ ସାହି ଅଞ୍ଚଳରେ ବହୁ ଦିନ ଧରି ଆତଙ୍କ ଖେଳାଇଥିବା ସୂଚନା

Read more

ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗର ସୂଚନା, ସମ୍ବେଦନଶୀଳ ସ୍ଥାନରେ ଯନ୍ତ୍ରୀମାନେ ଅଛନ୍ତି, ଘାଇ ଉପରେ ନଜର ରଖାଯାଇଛି,ଜଳକା ନଦୀର ଜଳ ଯୋଗୁଁ ତଳମୁଣ୍ଡରେ ୪ଟି ଘାଇ ହୋଇଛି, ପାଣି କମିଲେ ମରାମତି କାର୍ଯ୍ୟ ଆରମ୍ଭ ହେବ, ସମସ୍ତ ଉପକରଣ ମହଜୁଦ ରହିଛି । ଏବେ ରାଜଘାଟରେ ସୁବର୍ଣ୍ଣରେଖା ସନ୍ଧ୍ୟା ସୁଦ୍ଧା ବିପଦ ସଂକେତ ଛୁଇଁ ପାରେ, ତଥାପି କିଛି ଅସୁବିଧା ହେବନି । ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ଉପରେ ନଜର ରଖାଯାଇଛି, ବର୍ତ୍ତମାନ ବର୍ଷା ନାହିଁ, ଆଗକୁ ସ୍ଥିତି ଦେଖି ନିସ୍ପତ୍ତି ନିଆଯିବ । ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲଙ୍କ ସୂଚନା

Read more

ବ୍ରଜରାଜନଗର ଟ୍ରିପଲ ମର୍ଡର ମାମଲାରେ ମିଳିଳା ସ୍ବାମୀର ମୃତଦେହ, ଆଜି ଘର ନିକଟ କୂଅ ଭିତରୁ ନାରାୟଣ ପୋଦାରଙ୍କ ମୃତଦେହ ଠାବ, କୂଅରେ ଭାସୁଛି ସ୍ବାମୀଙ୍କ ମୃତଦେହ, ଗତକାଲି ସ୍ତ୍ରୀ ଏବଂ ଦୁଇ ଝିଅଙ୍କ ମୃତଦେହ ଘର ଭିତରୁ ମିଳିଥିଲା, ସ୍ତ୍ରୀ ଓ ୨ ଝିଅଙ୍କୁ ନାରାୟଣ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା

Read more

ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ଗାଡିର ଶୁଭାରମ୍ଭ କଲେ ଜିଲ୍ଲାପାଳ ସମର୍ଥ ବର୍ମା, ପୋଷ୍ଟାଲ ବାଲାଟରେ ଭୋଟ ଦେବେ ୮୦ରୁ ଅଧିକ ବୟସର ନାଗରିକ ଓ ଦିବ୍ୟାଙ୍ଗ, ଘରକୁ ଯାଇ ମତଦାନ କରାଇବେ ପୋଲିଂ ଅଧିକାରୀ, ଡେଲାଙ୍ଗ ବ୍ଲକର ୭୧୨ ଓ ପିପିଲି ବ୍ଲକର ୩୬୫ ମୋଟ ୧୦୭୭ ଜଣ ଭୋଟ ଦେବେ

Read more

କିଛିଦିନ ତଳେ ତୁଳସୀ ପାହାଡ଼ ନିକଟରେ ପୋଲିସ ମାଓବାଦୀ ମୁହାଁମୁହିଁ ଘଟଣା, ସାମ୍ବାଦିକ ସମ୍ମିଳନୀରେ ମାଲକାନଗିରି ପୋଲିସର ସୂଚନା, ଘଟଣାସ୍ଥଳରୁ ମାଓବାଦୀ ଖସିଯାଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । SOG ଓ DBF ଯବାନଙ୍କ ମିଳିତ ଅପରେସନରେ ହୋଇଥିଲା ମାଓ କ୍ୟାମ୍ପରେ ଚଢ଼ାଉ ।

Read more

ଏଣିକି ଜଣେ ଡାକ୍ତର ଥିବା ଡାକ୍ତରଖାନାରେ ନିର୍ଦ୍ଦିଷ୍ଟ ଔଷଧ ଯୋଗାଇବେ ଫାର୍ମାସିଷ୍ଟ, ସରକାରୀ ନିୟମରେ ସଂଶୋଧନ ଲାଗୁ ହେଲା ନୂଆ ନିୟମ,ଏଣିକି ଫାର୍ମାସିଷ୍ଟମାନେ ୧୩ ପ୍ରକାର ରୋଗ ପାଇଁ ଔଷଧ ଦେଇପାରିବେ

Read more

ଦେଶରେ ଦିନକରେ ୩୧୯୨୩ କୋରୋନା ଆକ୍ରାନ୍ତ ଚିହ୍ନଟ, କେବଳ କେରଳରୁ ୧୯୬୭୫ ପଜିଟିଭ ଦେଶରେ ୩ ଲକ୍ଷ ୧ ହଜାର ୬୪୦ ରୋଗୀ ଚିକିତ୍ସାଧୀନ, ୨୪ ଘଣ୍ଟାରେ ଦେଶରେ କୋରୋନା ନେଲା ୨୮୨ ଜୀବନ, ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୬ ହଜାର ୫୦କୁ ବୃଦ୍ଧି | ରାଜ୍ୟରେ ଆଉ ୬୪୪ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୨୮୨, କଟକରୁ ୭୭ ପଜିିଟିଭ, ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୨ ଜଣ ୧୮ ବର୍ଷରୁ କମ ବୟସର, ନୂଆ କେସ୍‌ ମଧ୍ୟରୁ ସଂଗରୋଧରୁ ୩୭୫ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୬୯ ଆକ୍ରାନ୍ତ ଚିହ୍ନଟ, ୫ ହଜାର ୭୧୩ ରୋଗୀ ଏବେ ବି ଚିକିତ୍ସାଧୀନ

Read more

ଆସନ୍ତା ୨୪ରେ ଆସୁଛି ଆଉ ଏକ ଲଘୁଚାପ, ଘୂର୍ଣ୍ଣିବଳୟ ମିଆଁମାରର ମାର୍ଟାବାନ୍ ଉପକୂଳ ଅଞ୍ଚଳରେ ସକ୍ରିୟ, ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି, ୨୪ ତାରିଖ ସନ୍ଧ୍ୟାରେ ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା

Read more

ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ୱାଶିଂଟନ୍‌ରେ ବରିଷ୍ଠ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ବାଗତ କଲେ, ଆଜି USA ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିବେ ମୋଦି, କ୍ବାଡ ସମ୍ମିଳନୀରେ ଯୋଗଦାନ ଓ ରାଷ୍ଟ୍ରପତି ବିଡେନଙ୍କ ସହ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କାର୍ଯ୍ୟକ୍ରମ

Read more