ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭଗୱନ୍ତ ମାନ୍

ଅମୃତସର : ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଭଗୱନ୍ତ ମାନ୍‌ ଶପଥ ନେଇଛନ୍ତି। ସହିଦ ଭଗବତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲାନରେ ଏକ ଭବ୍ୟ ସମାରୋହରେ ମାନ୍‌ ଶପଥ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟିର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନ୍ୟ ଦଳୀୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଆଜି ଶପଥଗ୍ରହଣ ଉତ୍ସବରେ ଭଗୱନ୍ତ କହିଛନ୍ତି ଯେ, ମୁଁ ଏଠାରେ ଶପଥ ନେବାର ଏକ କାରଣ ରହିଛି।

ଯେଉଁମାନେ ଏହି ରାଷ୍ଟ୍ରକୁ ଆମକୁ ଦେଇଛନ୍ତି ସେମାନଙ୍କୁ ଆମେ ମନେ ପକାଇବା ଉଚିତ ବୋଲି ସେ କହିଛନ୍ତି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନରେ ଆପ୍‌ ୯୨ଟି ସିଟ୍ ହାତେଇ ଜବରଦସ୍ତ ବିଜୟ ହାସଲ କରିଥିଲା। ନିର୍ବାଚନ ପୂର୍ବରୁ ଭଗୱନ୍ତ ମାନଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଓହ୍ଲାଇ ଥିଲା।

ତେବେ ଏହି ନିର୍ବାଚନରେ ସୁବଠାରୁ ପୁରୁଣା ଦଳ କଂଗ୍ରେସ୍ ଏବଂ ବିଜେପିକୁ ପରାସ୍ତ କରି ଏକ ନୂଆ ଇତିହାସ ସୃଷ୍ଟି କରିଛି ଆପ୍‌। ପ୍ରଥମଥର ପାଇଁ ଦିଲ୍ଲୀ ବାହାରେ କୌଣସି ରାଜ୍ୟର କ୍ଷମତା ହାତେଇଛି ଆପ୍‌। ତେବେ ସଙ୍ଗରୁର୍‌ ଜିଲ୍ଲାର ଧୁରି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିଥିବା ଭଗୱନ୍ତ ପ୍ରତିପକ୍ଷ କଂଗ୍ରେସ ନେତା ଦଲଭିର ସିଂହଙ୍କୁ ୫୮,୨୦୬ ଖଣ୍ଡ ଭୋଟରେ ପରାସ୍ତ କରି କରିଥିଲେ। । ୪୮ ବର୍ଷୀୟ ମାନ୍‌ ୧୯୭୦ ଠାରୁ ପଞ୍ଜାବରେ ଜଣେ ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Leave a Reply

Your email address will not be published. Required fields are marked *