ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ଅବଦାନ ପାଇଁ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ

ଭୁବନେଶ୍ବର: ଘୋଷଣା ହେଲା ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ। । ପୂର୍ବତନ କ୍ରିକେଟର ଦେବାଶିଷ ମହାନ୍ତିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ । ସେହିପରି କ୍ରୀଡାରେ ଉତ୍ତମ ପ୍ରଦର୍ଶନ ପାଇଁ ଝିଲ୍ଲୀ ଦଳବେହେରା ଓ ଶ୍ରେଷ୍ଠ କୋଚିଂ ପାଇଁ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ପୁରସ୍କାର ଦିଆଯିବ । କ୍ରୀଡା ସାମ୍ବାଦିକତା ପାଇଁ ବେଣୁଧର ଦାସଙ୍କୁ ପୁରସ୍କାର ଦିଆଯିବାକୁ ଥିବାବେଳେ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ପୁରସ୍କାର ଦିଆଯିବ । ତେବେ ପାଞ୍ଚ ବର୍ଷ ପରେ ଜଣେ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇବେ । ଉଲ୍ଲେଖଯୋଗ୍ୟ ଯେ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ କୌଣସି କ୍ରୀଡ଼ା ସାମ୍ବାଦିକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ନଥିଲା । ଏହାପୂର୍ବରୁ ୧୯ ଜଣ କ୍ରୀଡ଼ା ସାମ୍ବାଦିକ ଏହି ସମ୍ମାନଜନକ ପୁରସ୍କାର ପାଇସାରିଛନ୍ତି ।

ଆସନ୍ତା ୨୯ ତାରିଖରେ କ୍ରୀଡା ଦିବସ ପାଳିତ ହେବାକୁ ଥିବାବେଳେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିବେ । ରାଜ୍ୟରେ କ୍ରୀଡ଼ାକୁ ପ୍ରତ୍ସାହନ ଦେବା ପାଇଁ ରାଜ୍ୟ ସରକାର ଏହି ପୁରସ୍କାର ଘୋଷଣା କରିଛନ୍ତି ।

Leave a Reply

Your email address will not be published.