ଜୟପୁର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରୁ ରୋଗୀଙ୍କ ମୃତଦେହ ଉଦ୍ଧାର

ଜୟପୁର: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଶୌଚାଳୟରୁ ଜଣେ ରୋଗୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରୋଗୀ ଜଣକ ଶୌଚାଳୟ ଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ଆସ୍ଥାମାରେ ପୀଡ଼ିତ ହୋଇ ଗତକାଲି ଜିଲ୍ଳା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି ହୋଇଥିଲେ । ଡାକ୍ତରଖାନା ପକ୍ଷରୁ ତାଙ୍କର ଚିକିତ୍ସା କରାଯାଉଥିଲା । ହେଲେ ତାଙ୍କର ଏପରି ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଚିକିତ୍ସାଳୟର କର୍ମଚାରୀଙ୍କ ସୂଚନା ଅନୁଯାୟୀ ରୋଗୀ ଜଣକ ନିଜେ ଅକ୍ସିଜେନ୍‌ କାଢ଼ି ଶୌଚାଳୟ ଯାଇଥିଲେ । ଶୌଚାଳୟ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି । ମୃତକ ଜଣକ ବୋରିଗୁମ୍ମା ଥାନା ପୂଜାରୀପୁଟ ଗାଁର ହୋଇଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *