ନୟାପଲ୍ଲୀ ଥାନାରେ ଶିଶୁ ଅନୁକୂଳ ପ୍ରକୋଷ୍ଠର ଉଦଘାଟନ କଲେ ପୁଲିସ କମିଶନର

ଭୁବନେଶ୍ୱର : ଆଜି ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲା ଅନ୍ତର୍ଗତ ନୟାପଲ୍ଲୀ ଥାନାରେ ଏକ ନୂତନ ଶିଶୁ ଅନୁକୂଳ ପ୍ରକୋଷ୍ଠର ଶୁଭ ଉଦଘାଟନ ହେବା ସହ ଲୋକାର୍ପିତ ହୋଇଛି। ଏହି ଉଦଘାଟନ ଉତ୍ସବରେ ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ଵର ଡିସିପି ଶ୍ରୀ ପ୍ରତୀକ ସିଂହଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ନୂତନ ଶିଶୁ ପ୍ରକୋଷ୍ଠରେ ଶିଶୁ ମାନଙ୍କର ସୁରକ୍ଷାକୁ ଦୃଷ୍ଠିରେ ରଖି ସେମାନଙ୍କର ମନୋରଂଜନ ପାଇଁ ଏହି କୋଠରୀରେ ପୁସ୍ତକ, ଖେଳନା, ଏବଂ ଖେଳକୁଦର ସାମଗ୍ରୀ ସହ କ୍ରେଚର ବନ୍ଦୋବସ୍ତ କରା ଯାଇଛି । ଥାନାକୁ ପରିଦର୍ଶନରେ ଆସୁଥିବା ଶିଶୁମାନେ ଥାନାର ପରିବେଶ କିପରି ସେମାନଙ୍କ ପ୍ରତି ଅନୁକୂଳ ରହିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସେହିପରି ନୂତନ ଭାବେ ଉଦଘାଟିତ ଅଭ୍ୟର୍ଥନା ଗୃହ ଦ୍ଵାରା ଥାନାକୁ ଆସୁଥିବା ଅଭିଯୋଗକାରୀ ଏବଂ ଅନ୍ୟନ୍ୟ ବ୍ୟକ୍ତି ବିଶେଷ ମାନେ ଅତି କମ ସମୟରେ ସମସ୍ତ ସୁବିଧା ସୁଯୋଗ ପାଇ ପାରିବେ ।

Leave a Reply

Your email address will not be published. Required fields are marked *