ରାଜ୍ୟ ସରକାର ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କମର୍ଚାରୀ ଏଥର ଇନିସିଆଲ ଆପଏଣ୍ଟିଜ୍ ଭାବେ ନିଯୁକ୍ତି ପାଇବେ; ୫୦ ପ୍ରତିଶତ ଅଧିକ ଦରମା ପାଇବେ

ରାଜ୍ୟ ସରକାର ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କମର୍ଚାରୀ ଏଣିକି ଚୁକ୍ତିଭିତ୍ତିକ ନୁହେଁ, ଇନିସିଆଲ ଆପଏଣ୍ଟିଜ୍ ଭାବେ ନିଯୁକ୍ତି ପାଇବେ, ବର୍ତ୍ତମାନ ପାଉଥିବା ଦରମାର ୫୦ ପ୍ରତିଶତ ଅଧିକ ଦରମା ପାଇବେ, ପ୍ରସ୍ତାବକୁ ମିଳିଲା କ୍ୟାବିନେଟର ଅନୁମୋଦନ, ରାଜ୍ୟ ସରକାରୀ କର୍ମଚାରୀଙ୍କ NPS ଅର୍ଥ ବୃଦ୍ଧି କଲେ ସରକାର, ଏଣିକି ପ୍ରତି କର୍ମଚାରୀଙ୍କ NPS ବାବଦ ଅର୍ଥ ୧୦%ରୁ ୧୪%କୁ ବୃଦ୍ଧି, ପିଛିଲା ଭାବେ ଏପ୍ରିଲ ୧, ୨୦୧୯ ମସିହାରୁ ଲାଗୁ ହେବ, ୨ ଲକ୍ଷ ୮ ହଜାର ସରକାରୀ କର୍ମଚାରୀ ଉପକୃତ ହେବ, ବର୍ଷକୁ ୩୮୦ କୋଟିର ଅଧିକ ଖର୍ଚ୍ଚ ବହନ କରିବେ ସରକାର, ପ୍ରତି ଗାଁରେ ସ୍ବଚ୍ଛ ପାଣି ଯୋଗାଇବା ନେଇ କ୍ୟାବିନେଟରେ ନିଷ୍ପତ୍ତି, ଗଞ୍ଜାମ, ରାୟଗଡ଼ା, ବୌଦ୍ଧ, କନ୍ଧମାଳରେ ୧୨ ଲକ୍ଷ ପରିବାର ଉପକୃତ ହେବେ, ଏଥିପାଇଁ ଖର୍ଚ୍ଚ ହେବ ୧୨୮୦ କୋଟି ଟଙ୍କା ।

Leave a Reply

Your email address will not be published. Required fields are marked *