ଚିତ୍ତରଞ୍ଜନ ତ୍ରିପାଠୀ ହେବେ ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନ.ଏସ୍‌.ଡି) ର ନିର୍ଦ୍ଦେଶକ

ଭୁବନେଶ୍ୱର: ଜଣାଶୁଣା ଅଭିନେତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମା(ଏନଏସ୍‌)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଭଦ୍ରକ ବାସିନ୍ଦା ଶ୍ରୀ ତ୍ରିପାଠୀ ଏନ୍‌ଏସ୍‌ର ପୁରାତନ ଛାତ୍ର । ଆସନ୍ତାକାଲି ସମ୍ପର୍କରେ ବିଧିବଦ୍ଧ ଘୋଷଣା ହେବ ବୋଲି ସୂଚନା ମିଳିଛି । ଏହି ସମ୍ମାନଜନକ ପଦବି ପାଇବାରେ ସେ ହେବେ ପ୍ରଥମ ଓଡ଼ିଆ। ଉଭୟ ବଲିଉଡ୍ ଓ ଓଲିଉଡ୍‌ରେ ଶ୍ରୀ ତ୍ରିପାଠୀ ବେଶ୍ ପରିଚିତ । ୨୦୦୭ରେ ତାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଧଉଳି ଏକ୍ସପ୍ରେସ୍’ ସଫଳତା ହାସଲ କରିଥିଲା । ଏଥିରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହି ସିନେମାଟି ଚାରିଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା । ଏହା ପରେ ସେ ଆଉ ଏକ ଚଳଚ୍ଚିତ୍ର ‘ମୁଖ୍ୟମନ୍ତ୍ରୀ’ ନିର୍ମାଣ କରିଥିଲେ । ନେଟ୍‌ପ୍ଲିକ୍ସରେ ପ୍ରସାରିତ ‘ସାକ୍ରେଡ୍ ଗେମ୍’ ସିରିଜ୍‌ରେ ତ୍ରିବେଦୀ ଭୂମିକାରେ ଅଭିନୟ କରି ସେ ଦେଶବ୍ୟାପୀ ଦର୍ଶକୀୟ ଆଦୃତି ପାଇଥିଲେ । ହିନ୍ଦୀ ନାଟକ, ଧାରାବାହିକ ଆଦି କ୍ଷେତ୍ରରେ ମଧ୍ୟ ସେ ବେଶ୍‌ ସକ୍ରିୟ ଅଛନ୍ତି ।

Leave a Reply

Your email address will not be published. Required fields are marked *