ରାଜଧାନୀ ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟରେ ଥିବା ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସିଶୋଲୋ ଗାଁ ନିକଟରେ ଥିବା ଏକ ବିଲ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ଜଣଙ୍କ ହେଲେ ଆଶିଷ ଓଝା। ତାଙ୍କ ଘର ସିଶୋଲ ଗାଁରେ ବୋଲି ଜଣାଯାଇଛି। ଆଶିଷ ସବୁଜ ରଙ୍ଗ ସାର୍ଟ ପିନ୍ଧିଥିବା ବେଳେ କଳା ରଙ୍ଗର ପେଣ୍ଟ ପିନ୍ଧିଛନ୍ତି।

ଆଜି ସକାଳେ ଆଶିଷଙ୍କ ମୃତଦେହ ବିଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ବାଲିପାଟଣା ପୁଲିସ ପହଞ୍ଚି ଘଟଣା ତଦନ୍ତ କରୁଛି। ତେବେ ଆଶିଷଙ୍କ ମୃତ୍ୟୁ କିପରି ହେଲା ତାହା ଜଣାପଡ଼ିନାହିଁ। ଆଶିଷଙ୍କୁ କିଏ ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *