ଧର୍ମ ପରିବର୍ତ୍ତନ କରିଥିଲେବି ନାଁ ରେଜିଷ୍ଟ୍ରି ହୋଇନଥିବାରୁ ସମାଧିସ୍ଥଳରେ ମିଳିଲାନି ଜାଗା ; ରାସ୍ତା କଡରେ ପୋତିଲେ ମୃତଦେହ

ନବରଙ୍ଗପୁର: ଉମରକୋଟ ସହରରେ ମୃତଦେହ ପାଇଁ ସ୍ଥାନ ନାହିଁ। ଶୁକ୍ରବାର ଦିନ ଉମରକୋଟ ଡଙ୍ଗରି ସାହିର ଯୁବତୀ ପୁଷ୍ପାଞ୍ଜଳି ବାଘଙ୍କ ମୃତ୍ୟୁ ହୋଇଥିଲା। ସୂଚନା ଅନୁଯାୟୀ, ପରିବାର ଲୋକେ ମୃତଦେହ ସଂସ୍କାର ପାଇଁ ଦୁଇଟି ମଶାଣି ବୁଲିଥିଲେ ମଧ୍ୟ ନିରାଶ ହୋଇଥିଲେ। କିଛି ଉପାୟ ନପାଇ ପରିବାର ଲୋକେ ଶବକୁ ଧରି ରାସ୍ତାରୋକ କରିଥିଲେ। ଏହାପରେ ପ୍ରଶାସନର ସହାୟତାରେ ଏକଟାଗୁଡା ନିକଟ ରାସ୍ତାକଡରେ ମୃତଦେହକୁ ପୋତି ଦିଆଯାଇଥିଲା। ରାସ୍ତାରୋକ ପାଇଁ ଦୀର୍ଘ ସମୟ ଧରି ଗାଡ଼ି ମଟର ଚଳାଚଳ ମଧ୍ୟ ବନ୍ଦ ରହିଥିଲା।

ସୂଚନା ଅନୁଯାୟୀ, ଅନ୍ତିମ ସଂସ୍କାର ପରେ ଏକଟାଗୁଡା ବାସିନ୍ଦା ଓ ହିନ୍ଦୁ ସଂଗଠନ ମୃତଦେହକୁ ରାସ୍ତାକଡରୁ ହଟାଇବାକୁ ଦାବି କରି ଶୁକ୍ରବାର ରାତିରୁ ରାସ୍ତାରୋକ କରିଛନ୍ତି। ପ୍ରଶାସନିକ ଅଧିକାରୀ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ନିକଟରେ ପୁଷ୍ପାଞ୍ଜଳୀ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ, ତାଙ୍କ ନାମ ଜେଏଲସି ଚର୍ଚ୍ଚରେ ପଞ୍ଜୀକୃତ ହୋଇନଥିଲା ଏବଂ ସ୍ଥାନୀୟ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଦ୍ୱାରା ସମାଧିସ୍ଥଳରେ ତାଙ୍କୁ ଜାଗା ମଧ୍ୟ ମିଳିନଥିଲା।ଉମାର୍କୋଟ ବ୍ଲକ କାର୍ଯ୍ୟାଳୟରେ ସଭାର ଆୟୋଜନ କରାଯାଇଥିଲା। ଏହି ବୈଠକରେ ସବ୍ କଲେକ୍ଟର ପ୍ରସାନ୍ତ ରାଉତ, ତହସିଲଦାର ଜି ଜଗଜୀବନ ଚୌଧୁରୀ, ଆଇଆଇସି ଦୀପକ ଜେନା, ବ୍ଲକ ଅଧ୍ୟକ୍ଷ ସୁଶୀଲ ମାଜି ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *