କେନ୍ଦ୍ର ସରକାରଙ୍କ ଜନ ବିରୋଧୀ, ଦେଶ ବିରୋଧୀ ନୀତି ବିରୁଦ୍ଧରେ ଅଗଷ୍ଟ ୯ ତାରିଖ ‘କ୍ରାନ୍ତି ଦିବସ’ରେ ରାଜଧାନୀରେ ଶ୍ରମଜୀବୀ ଜନଗଣଙ୍କର ରାଜ୍ୟସ୍ତରୀୟ ମହାଧାରଣା

ଭୁବନେଶ୍ଵର : ୨୦୧୪ ମସିହାରୁ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଆର.ଏସ.ଏସ.ପରିଚାଳିତ ବିଜେପି ସରକାର ପ୍ରତିଷ୍ଠା ହେବାଠାରୁ ଆମ ଦେଶର ସକଳ ସ୍ତରର ଜନଗଣଙ୍କର ଅବସ୍ଥାଶୋଚନୀୟ ହୋଇଛି । ଦରବୃଦ୍ଧି, ବେକାରୀ, ଦାରିଦ୍ର୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବ୍ୟବସ୍ଥା, ସରକାରଙ୍କରବିମୁଦ୍ରାୟନ ପଦକ୍ଷେପ ଓ ମହାମାରୀ କୋଭିଡକୁ ସାମ୍ନା କରିବାରେ ଚରମ ବିଫଳତା ଜନଗଣଙ୍କ ଜୀବନଜୀବିକାଉପରେ ସୁଦୂର ପ୍ରଭାବୀ କୁପ୍ରଭାବ ପକାଇଛି ।ଶ୍ରମିକମାନଙ୍କର ବହୁ ରକ୍ତକ୍ଷୟୀ ସଂଗ୍ରାମ ପରେ ପ୍ରଣୟନ ହୋଇଥିବା ୪୪ଟି ଶ୍ରମ ଆଇନ ମଧ୍ୟରୁ୧୫ଟିକୁ ସମୂଳେ ଉଚ୍ଛେଦ କରି ଏବଂ ଅବଶିଷ୍ଟ ୨୯ଟିକୁ ଆମୂଳଚୁଳ ପରିବର୍ତ୍ତନ କରି ନୂତନ ଭାବେ ସମ୍ପୂର୍ଣକର୍ପୋରେଟ ସଂସ୍ଥା ଓ ମାଲିକ ସପକ୍ଷବାଦୀ ଏବଂ ଶ୍ରମିକ ଶ୍ରେଣୀର ସ୍ୱାର୍ଥ ବିରାଧୀ ୪ଟି ଶ୍ରମକୋର୍ଡ ପ୍ରଣୟନକରିଛନ୍ତି । କିନ୍ତୁ ଶ୍ରମିକମାନଙ୍କର ବିରୋଧ ଯୋଗୁଁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ ।କୃଷକମାନଙ୍କର ଲଗାତର ମିଳିତ ଆନ୍ଦୋଳନ ଯୋଗୁଁ ୩ଟି ଘୃଣ୍ୟ କୃଷକ ବିରୋଧୀ କଳା ଆଇନ୍ବାତିଲ ହୋଇଛି । କିନ୍ତୁ ଚାଷୀ ଫସଲର ଲାଭଜନକ ସହାୟକ ମୂଲ୍ୟ ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ଓସରକାରଙ୍କ ସଂସ୍ଥା ଜରିଆରେ ଖାଦ୍ୟଶସ୍ୟର ସଂଗ୍ରହ ପ୍ରତିଶୃତି ପାଳନ ହୋଇନାହିଁ ।କେନ୍ଦ୍ର ସରକାର ସମସ୍ତ ରାଷ୍ଟ୍ରୀୟ ସଂସ୍ଥାର ଘରୋଇକରଣ ତୀବ୍ର ବେଗରେ ଚଳାଇଛନ୍ତି । ଲୁହା,ଇସ୍ପାତ, କୋଇଲା, ଅନ୍ୟାନ୍ୟ ଖଣିଜ ଦ୍ରବ୍ୟ, ରେଳବାଇ, ଜଳପଥ, ସ୍ଖଳପଥ, ଆକାଶପଥ,ପରିବହନ, ବନ୍ଦର, ବିମାନ ବନ୍ଦର, ବ୍ୟାଙ୍କ, ବୀମା ଭଳି ଆର୍ଥିକ କ୍ଷେତ୍ର,ପେଟ୍ରୋଲିୟମ, ଗ୍ୟାସ୍ ଏବଂ ବିଦ୍ୟୁତଭଳି ଶକ୍ତି କ୍ଷେତ୍ର, ଡାକ ଓ ତା’ର ଇଲେକ୍ଟ୍ରୋନିକ୍ସ, ଔଷଧଶିଳ୍ପର ଘରୋଇକରଣ ଚାଲିଛି । ଶିକ୍ଷା ଓ ସ୍ୱାସ୍ଥ୍ୟସମେତ ସମସ୍ତ ସରକାରୀ ବିଭାଗର ମଧ୍ୟ ଘରୋଇକରଣ ହେଉଛି ।ପ୍ରତ୍ୟେକଟି ଦ୍ରବ୍ୟର ଦରବୃଦ୍ଧି ଭୟଙ୍କର ଭାବରେ ବଢି ଚାଲିଛି । କିନ୍ତୁ ଶ୍ରମିକମାନଙ୍କ ମଜୁରୀ ବଢ଼ୁନାହିଁ ।ସ୍ଥାୟୀ ଚାକିରୀ ପରିବର୍ତ୍ତେ ଠିକା, ଡି.ଏଲ.ଆର ଆଂଶିକ ସମୟ ପାଇଁ ନିଯୁକ୍ତି, ଅସ୍ଥାୟୀ ନିଯୁକ୍ତି, ନିର୍ଦ୍ଦିଷ୍ଟ ସମୟପାଇଁ ନିଯୁକ୍ତି, ଶିକ୍ଷାନିବେଶ ଓ ଟ୍ରେନି ଭାବେ ନିଯୁକ୍ତି ଦିଆଯାଉଛି । ସ୍ଥାୟୀ କାର୍ଯ୍ୟରେ ଅତି ନିକୃଷ୍ଟ ଢଙ୍ଗରେସ୍କିମ୍ ଶ୍ରମିକ ଭାବେ ପାଚିକା, ଆଶା, ଅଙ୍ଗନୱାଡି ଆଦୀ କର୍ମୀଙ୍କୁ ନିଯୁକ୍ତି ମିଳୁଛି । ମନରେଗା କାମ ବାବଦବ୍ୟୟ ବହୁ ପରିମାଣରେ କମାଇ ଦିଆଯାଇଛି । ନିର୍ମାଣ ଶ୍ରମିକମାନଙ୍କ ଇ-ରେଜିଷ୍ଟ୍ରସନ ପ୍ରଚଳନ ଫଳରେବହୁ ଶ୍ରମିକ ନାମ ରେଜିଷ୍ଟ୍ରେସନ କରିବାରୁ ବଞ୍ଚିତ ହେଉଛନ୍ତି ।ପେନସନ ଭଳି ସାମାଜିକ ସୁରକ୍ଷା ସମସ୍ତଙ୍କ ପାଇଁ ନାହିଁ । ଏ କ୍ଷେତ୍ରରେ ବହୁ ପାର୍ଥକ୍ୟ ରହିଛି ।ପେନସନର ମଧ୍ୟ ଅପଡେଟେସନ ହେଉନାହିଁ । ନୂତନ ଶିକ୍ଷାନୀତି ନାମରେ ଶିକ୍ଷାର ଗୈରୀକରଣ ସାଙ୍ଗକୁଅବୈଜ୍ଞାନିକ ଚିନ୍ତାଧାରା ଭର୍ତ୍ତି କରାଯାଉଛି । “ ଅମୃତକାଳ” ନାମରେ ଦେଶର ସ୍ଵାଧୀନତା ସଂଗ୍ରାମରଇତିହାସକୁ ବିକୃତ କରାଯାଉଛି ।ରାଜ୍ୟମାନଙ୍କର ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ କରାଯାଉଛି । ଦେଶର ସମ୍ବିଧାନର ୪ଟି ଖୁଣ୍ଟ ଅର୍ଥାତ୍ଧର୍ମନିରପେକ୍ଷ ଗଣତନ୍ତ୍ର, ସଂଘୀୟ ବ୍ୟବସ୍ଥା, ସାମାଜିକ ନ୍ୟାୟ ଏବଂ ଆର୍ଥିକ ସାର୍ବଭୌମତ୍ଵ ବର୍ତ୍ତମାନ ବିପନ୍ନ । ସଂଖ୍ୟାଲଘୁ, ଦଳିତ ଆଦିବାସୀ ଓ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢି ବଢି ଚାଲିଛି । ମଣିପୁରରେବର୍ତ୍ତମାନ ବିଜେପି ସରକାରରେ ମହିଳାମାନଙ୍କ ଉପରେ ଗଣଧର୍ଷଣ ସହ ସମ୍ପୂର୍ଣ୍ଣ ଅରାଜକତା ଚାଲିଛି ।ବିରୋଧୀ ଦଳ ତଥା ଯିଏ କେନ୍ଦ୍ର ସରକାରକୁ ବିରୋଧ କଲା ତା’ ବିରୋଧରେ ଇଡ଼ି, ସିବିଆଇ ଭଳିସାମ୍ବିଧାନିକ ସଂସ୍ଥାକୁ ଲଗାଇ ଦିଆଯାଉଛି ଓ ସେମାନଙ୍କୁ ଦେଶଦ୍ରୋହୀ ଘୋଷଣା କରାଯାଉଛି । କେନ୍ଦ୍ରସରକାରଙ୍କର ଏକ ହାତବାରିସୀ ସଂଗଠନର ଭିଭିହୀନ ଅଭିଯୋଗ ଉପରେ ନ୍ୟାସନାଲ ଫେଡେରେସନଅଫ ପୋଷ୍ଟାଲ ଏମ୍ପୂଇଜ ଓ ଅଲ ଇଣ୍ଡିଆ ପୋଷ୍ଟାଲ ଏମ୍ପଲଇଜ ୟୁନିଅନ ଗ୍ରୁପ-ସି ର ସ୍ଵୀକୃତିକୁ ବାତିଲକରାଯାଉଛି । ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଶାସକ ଶ୍ରେଣୀର ଧର୍ମୀୟ ଏକଛତ୍ରବାଦୀ ହିନ୍ଦୁରାଷ୍ଟ୍ର ପ୍ରତିଷ୍ଠାକ୍ଷେତ୍ରରେ ବାଧା ଦେଉଥିବା କାରଣରୁ ବିଜେପି । ଆରଏସଏସ ସରକାର ଆମ ଦେଶର ସମ୍ବିଧାନକୁ ବାତିଲକରି ସାମ୍ପ୍ରଦାୟିକ ଏକଛତ୍ରବାଦୀ ମନୁବାଦୀ ନୀତି ପ୍ରଚଳନ ପାଇଁ ଚକ୍ରାନ୍ତ ଚଳାଇଛି । ଏହି ପରିପ୍ରେକ୍ଷୀରେଶ୍ରମଜୀବୀ ଜନଗଣଙ୍କର ଆନ୍ଦୋଳନ, ସଂଗ୍ରାମ ବଢି ଚାଲିଛି । ଦେଶର ଧର୍ମ ନିରପେକ୍ଷ ଗଣତାନ୍ତ୍ରିକବ୍ୟବସ୍ଥା, ସଂଘୀୟବାଦ, ସାମାଜିକ ନ୍ୟାୟ ଓ ଅର୍ଥନୈତିକ ସାର୍ବଭୌମତ୍ବର ରକ୍ଷା ପାଇଁ ବର୍ତ୍ତମାନର ଆରଏସଏସ। ବିଜେପି ସରକାରକୁ କ୍ଷମତାଚ୍ୟୁତ କରିବା ଆବଶ୍ୟକ । ଏହି ଆନ୍ଦୋଳନର ଏକ ଅଂଶବିଶେଷ ଭାବେଆଗାମୀ ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସର ସ୍ମରଣ ଉପଲକ୍ଷେ ୧୪ ଦଫା ଦାବୀ ନେଇ ରାଜ୍ୟସ୍ତରୀୟମହାଧାରଣା ଭୁବନେଶ୍ଵରଠାରେ ଅନୁଷ୍ଠିତ ହେବ। ଦିନ ୧୦ ଟା ୩୦ ମିନିଟରୁ ରାଜମହଲ ଛକଠାରୁଶୋଭାଯାତ୍ରା ବାହାରି ପିଏମଜିରେ ପହଂଚିବା ପରେ ସେଠାରେ ମହାଧାରଣା ଅନୁଷ୍ଠିତ ହେବ । ଏଥୁରେରାଜ୍ୟର ଶ୍ରମିକ କର୍ମଚାରୀମାନେ ବ୍ୟାପକ ସଂଖ୍ୟାରେ ଯୋଗଦେଇ ଏହାକୁ ସଫଳ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି

Leave a Reply

Your email address will not be published. Required fields are marked *