ପୁସିଙ୍ଗ କାର୍ଡ ଛପାଇବାକୁ ଯାଇ ଢେଙ୍କାନାଳ ହିନ୍ଦୋଳ ନୂଆଗାଁ ପଞ୍ଚାୟତ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ନିଖୋଜ

ଢେଙ୍କାନାଳ : ପୁସିଂ କାର୍ଡ ଛପାଇବାକୁ ଗତକାଲିଠୁ ଆଉ ଘରକୁ ଫେରି ନାହାନ୍ତି ସମିତି ସଭ୍ୟ ପ୍ରାର୍ଥୀ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକରେ ଦେଖିବାକୁ ମିଳିଛି। ନିଖୋଜ ପ୍ରାର୍ଥୀଜଣକ ହେଲେ ନୂଆଗାଁ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । ପୁସିଂ କାର୍ଡ ଛପାଇବାକୁ ସୁବତ୍ର ଗତକାଲି ଦ୍ୱିପ୍ରହରରେ ଏକୁଟିଆ ଘରୁ ଯାଇଥିଲେ। ପ୍ରାୟ ୨ ଘଣ୍ଟା ପରେ ପରିବାର ଲୋକ ଫୋନ କରିବାରୁ ସୁବତ୍ରଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିବା ଜଣା ପଡ଼ିଥିଲା। ପୁଅର ନିଖୋଜ ନେଇ ପରିବାର ଲୋକ କଣ୍ଟାବଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛି। ତେବେ ଝାଡବନ୍ଧ ନିକଟରୁ ସୁବ୍ରତଙ୍କ ବାଇକ୍‌ ଓ ଚପଲ ମିଳିଥିବା ବେଳେ ତାଙ୍କ ପତ୍ତା ମିଳିପାରିନି।
ନିର୍ବାଚନ ପାଖେଇ ଆସୁଥିବା ବେଳେ ହଠାତ୍‌ ଜଣେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଗାଏବ ହେବା ଘଟଣାକୁ ହଜମ କରିପାରୁ ନାହାନ୍ତି ସ୍ଥାନୀୟ ଲୋକ । ସତରେ ସୁବତ୍ରଙ୍କୁ କିଏ ଅପହରଣ କରିଛି ନା ଅପହରଣର ନାଟକ ରଚାଯାଇଛି ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌।

Leave a Reply

Your email address will not be published. Required fields are marked *