ମାର୍ଚ୍ଚ 9 ରୁ 30 ଯାଏ ଉପକୂଳ ଓଡ଼ିଶାରେ ଦିବ୍ୟ ଚେତନା ରଥଯାତ୍ରା

ଭୁବନେଶ୍ୱର : ଅଖିଳ ଭାରତ ସନ୍ଥ ସମିତି ପକ୍ଷରୁ ଚଳିତ ମାର୍ଚ୍ଚ 9 ତାରିଖରୁ ରୁ 30 ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଦିବ୍ୟ ଚେତନା ରଥଯାତ୍ରା ଅନୁଷ୍ଠିତ ହେବ | ବାଲେଶ୍ୱର ଜିଲ୍ଲାର ଚନ୍ଦନେଶ୍ୱର ଠାରୁ ଗଞ୍ଜାମ ଜିଲ୍ଲାର ଭୈରବୀ ପର୍ଯ୍ୟନ୍ତ ଏହି ବିଶାଳ ରଥଯାତ୍ରା ପରିକ୍ରମା କରିବ | ଏନେଇ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି |

ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଭାରତ ମାତାଙ୍କ ଶ୍ରୀବିଗ୍ରହ ସହିତ ପୂଜ୍ୟ ସାଧୁସନ୍ଥ ମାନଙ୍କର ଏକ ବିଶାଳ ଜନଜାଗରଣ ଯାତ୍ରା ବାଲେଶ୍ୱର ଜିଲ୍ଲାର ଚନ୍ଦନେଶ୍ୱର ଠାରୁ ଗଞ୍ଜାମ ଜିଲ୍ଲାର ଭୈରବୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ | ଉତ୍କଳ ଭୂମିରେ ବନବାସୀ ଅଧ୍ୟୁଷିତ ଅଞ୍ଚଳରେ ଖ୍ରୀଷ୍ଟିଆନ ମିସନାରୀ ମାନଙ୍କ ଦ୍ୱାରା ବ୍ୟାପକ ଧର୍ମାନ୍ତୀକରଣ ଏବଂ ଉପକୂଳବର୍ତ୍ତୀ ଅଂଚଳରେ ବାଂଲାଦେଶୀ ତଥା ଅନ୍ୟ ବିଦେଶୀ ନାଗରିକ ମାନଙ୍କ ଦ୍ୱାରା ଅନୁପ୍ରବେଶ ହୋଇ ଓଡ଼ିଶାର ଧର୍ମ ସଂସ୍କୃତି ଅର୍ଥନୀତି ଉପରେ ଖୋଲାଖୋଲି ଭାବେ ଆକ୍ରମଣ କରୁଛନ୍ତି | ଜମି ଜବରଦଖଲ, ଲଭ ଜିହାଦ, ଯୁବତୀ ଚାଲାଣ, ଗୋରୁ ଚାଲାଣ, ଗୋ ହତ୍ୟା, ନିଶା କାରବାର ପରି ଅସାମାଜିକ କାର୍ଯ୍ୟକଳାପରେ ରହୁଛନ୍ତି | ଏହି ମହା ବିପଦରୁ ଆଗାମୀ ଦିନରେ ଓଡିଶା ବାସୀଙ୍କୁ ରକ୍ଷା କରିବା ପାଇଁ ବ୍ୟାପକ ଜନସଚେତନତା ଆବଶ୍ୟକ | ସେଥିପାଇଁ ଏ ଦିବ୍ୟ ଚେତନା ରଥଯାତ୍ରାର ଆୟୋଜନ ବୋଲି ସମ୍ମିଳନୀରେ ଉପସ୍ଥିତ କର୍ମକର୍ତା ମାନେ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *