ବେଆଇନ ଖଣି ଖନନ ରୋକିବାରୁ DSPଙ୍କ ଉପରେ ଡମ୍ଫର ଚଢ଼ାଇ ମାରି ଦେଲେ ମାଫିଆ

ହରିୟାଣା : ବେଆଇନ ଖଣି ଖନନ ରୋକିବାକୁ ଯାଇଥିବା ଜଣେ ଡିଏସପିଙ୍କ ଉପରେ ଡମ୍ଫର ଚଢାଇ ଦେଇଛନ୍ତି ଖଣି ମାଫିଆ।ଘଟଣାସ୍ଥଳରେ ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ହରିୟାଣାର ନୁହ ଜିଲ୍ଲା ତାୱାଡୁ ପୋଲିସ ଥାନା ଅନ୍ତର୍ଗତ ପାଚଗାଓଁରୁ।

ସୂଚନା ମୁତାବକ ଡିଏସପି ସୁରେନ୍ଦ୍ର ଖଣି ବନ୍ଦ କରିବାକୁ ଯାଇଥିଲେ। ଯେତେବେଳେ ସେ ବେଆଇନ ପଥର ବୋଝେଇ ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଡମ୍ପର ଡ୍ରାଇଭର ତାଙ୍କ ଉପରେ ଡମ୍ପର ଚଢାଇ ଦେଇଥିଲା। ନୁହର ଏସପି ଓ ଆଇଜି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଅଭିଯୁକ୍ତକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଚାଲିଛି।

ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇ ଗ୍ରାମକୁ ଲାଗିଥିବା ଅରବାଲି ପାହାଡରେ ବେଆଇନ ଖଣି ଖନନ ସମ୍ପର୍କରେ ସୂଚନା ପାଇଥିଲେ। ଏହା ପରେ ସେ ଦିନ ୧୧ ଟା ସମୟରେ ତାଙ୍କ ଦଳ ସହ ପହଞ୍ଚିଥିଲେ। ପୋଲିସ୍ ଟିମ୍ ଦେଖି ସେମାନଙ୍କ ଡ୍ରାଇଭର ଓ ଖଣି କାର୍ଯ୍ୟରେ ନିୟୋଜିତ ଲୋକମାନେ ପାହାଡ ନିକଟରେ ଠିଆ ହୋଇଥିବା ଡମ୍ପର ସହିତ ଦୌଡ଼ି ପଳାଇବାକୁ ଲାଗିଲେ। ଗାଡି ଅଟକାଇବା ପାଇଁ ଡିଏସପି ଆଗକୁ ଆସିବା ପରେ ଡମ୍ପର ଡ୍ରାଇଭର ତାଙ୍କୁ ଗାଡ଼ି ମଡ଼ାଇ ପଳାଇ ଯାଇଥିଲେ। ଚକ ତଳେ ଆସିବା ପରେ ଡିଏସପିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଘଟଣା ଖବର ପାଇବା ମାତ୍ରେ ଏସପି (ନୁହ) ବରୁଣ ସିଙ୍ଗଲା ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣାରେ ଡିଏସପିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଖଣି ମାଫିଆ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଅଭିଯୁକ୍ତକୁ ଖୋଜିବା ପାଇଁ ଗାଁ ଓ ଆରାଭାଲୀ ପର୍ବତରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *