କମ୍ପାନୀ କାଟିଦେଲା ମଜୁରୀ ଟଙ୍କା : ଗୁରୁତର କର୍ମଚାରୀ ହେଲେ ମେଡିକାଲରେ ଭର୍ତ୍ତି

ପାରାଦ୍ଵୀପ : ପରିବାରର ପେଟ ପୋଷିବାକୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଦିନରାତି ହାଡଭଙ୍ଗା ପରିଶ୍ରମ କରୁଥିବା ଶ୍ରମିକ ମାନଙ୍କୁ କିଭଳି ଶୋଷଣ କରାଯାଉଛି ତାହାର ଏକ ନଗ୍ନ ଘଟଣା ଘଟିଯାଇଛି ସ୍ଥାନୀୟ ଜିଏମ ବକ୍ସି କମ୍ପାନୀରେ | ମାନସିକ ସନ୍ତୁଳନ ହରାଇ କର୍ମଚାରୀ ଜଣଙ୍କ ଗୁରୁତର ଅସୁସ୍ଥ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି | ଅଠରବାଙ୍କୀ ଅଞ୍ଚଳର ବାଇଧର ମଲ୍ଲିକ ନାମକ ଜଣେ ଡ୍ରାଇଭର ଦିର୍ଘଦିନ ହେବ ପାରାଦ୍ଵୀପ ପୋର୍ଟର ପାଞ୍ଚ ନମ୍ବର ଗେଟରେ କାର୍ଯ୍ୟରତ ଜିଏମ ବକ୍ସି କମ୍ପାନୀରେ କାମ କରିଆସୁଥିଲେ | ହେଲେ ଗତ କିଛି ମାସ ହେବ କମ୍ପାନୀ ତରଫରୁ ତାଙ୍କୁ ବିଭିନ୍ନ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା | ବାଇଧରଙ୍କ ହକ ମଜୂରୀରୁ ମନମୁଖୀ ଭାବେ କମ୍ପାନୀ କର୍ତ୍ତୃପକ୍ଷ କିଛି ଦିନର ମଜୁରୀ କାଟି ଦେଇଥିବାରୁ ବାଇଧର ଅଭିଯୋଗ କରିଥିଲେ | ହେଲେ କମ୍ପାନୀ କର୍ତୁପକ୍ଷ କୌଣସି କଥା ଶୁଣି ନଥିଲେ | ଯେଉଁଥିପାଇଁ ବାଇଧର ମାନସିକ ଅଶାନ୍ତିରେ ଆସିଯାଇଥିଲେ | ପରେ ସେ ଗୁରୁତର ଅସୁସ୍ଥ ହୋଇ ମେଡିକାଲ୍ ରେ ଚିକିତ୍ସିତ ହେଉଛନ୍ତି | ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କମ୍ପାନୀ ବାରମ୍ବାର ଏଭଳି ମଜୁରୀ କାଟିବା ଫଳରେ ପରିବାରରେ ଅଭାବ ଲାଗିରହୁଥିଲା | ଆଉ ମଜୁରୀ ମାଗିବା ବେଳେ କୌଣସି ଉପଯୁକ୍ତ କାରଣ ନ ଦର୍ଶାଇ ଧମକ ଦିଆଯାଉଛି | କମ୍ପାନୀର କଣ୍ଟ୍ରାକ୍ଟର ମାନଙ୍କ ଏଭଳି ଗୁଣ୍ଡାରାଜ ବିରୁଦ୍ଧରେ ଉପର ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କିଛି କଥା ଶୁଣାଯାଉନାହିଁ | ତେଣୁ ଆମକୁ ଆମ ପ୍ରାପ୍ୟ ମଜୁରୀ ଟଙ୍କା ଦିଆଯାଉ ବୋଲି ପରିବାର ଲୋକ ଗୁହାରି କରିଛନ୍ତି |

Leave a Reply

Your email address will not be published. Required fields are marked *