ଅଡ଼ୁଆରେ ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାର୍‌

ଆରଏସ୍ଏସ୍‌ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇ ଅଡ଼ୁଆରେ ପଡ଼ିଛନ୍ତି ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାର୍‌। ଏହି ମାମଲାରେ ମୁମ୍ବାଇ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇନଜୀବୀ ସନ୍ତୋଷ ଦୁବେଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏହି ମାମଲାରେ ମୁମ୍ବାଇ ପୁଲିସ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁସାରେ, ଆର୍‌ଏସ୍‌ଏସ୍‌କୁ ତାଲିବାନ ସହିତ ତୁଳନା କରିଥିଲେ ଜାଭେଦ ଅଖତାର୍‌। ଯାହାକୁ ନେଇ ଝଡ଼ ସୃଷ୍ଟି ହୋଇଥିଲା। ଏବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ସେ ଗିରଫ ହେବାଭଳି ପରିସ୍ଥିତି ଉପୁଜିଛି। ସୋସିଆଲ ମିଡିଆରେ ବେଶ ସକ୍ରିୟ ରହୁଥିବା ଜାଭେଦ ଅନେକ ସମୟରେ ବହୁ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏବେ ତାଙ୍କର ବୟାନ ହିଁ ତାଙ୍କ ପାଇଁ କାଳ ହେବାକୁ ଯାଉଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ମୁଲନ୍ଦ ଥାନାରେ ସନ୍ତୋଷ ଦୁବେ ନାମକ ଜଣେ ଆଇନଜୀବୀ ଜାଭେଦ ଅଖତାର୍‌ଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତେବେ ତାଙ୍କ ବିରୁଦ୍ଧରେ ଧ‌ାରା ୫୦୦ ଆଧାରରେ ପ୍ରାଥମିକ ଭାବେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *